fbpx

ଭାରତୀୟ ମହିଳା ହକି ଦଳରୁ ଲିଲିମା ମିଞ୍ଜଙ୍କ ଅବସର ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତୀୟ ମହିଳା ହକି ଦଳରୁ ଆଜି ଅବସର ଘୋଷଣା କରିଛନ୍ତି ଲିଲିମା ମିଞ୍ଜ । ଭାରତୀୟ ମହିଳା ଦଳର ସେ ଜଣେ ଅଭିଜ୍ଞ ମିଡ଼୍ ଫିଲଡର । ଦୁଇ ଥରର ଏସିଆନ୍ ଗେମ୍ସ ପଦକ ବିଜତୋ ଦଳର ସଦସ୍ୟ ରହିଥିଲେ ଲିଲିମା । ଟୁଇଟ୍ କରି ଲିଲିମା ଅବସର ବାବଦରେ ସୂଚନା ଦେଇଛନ୍ତି । ଟୁଇଟରେ ସେ ଲେଖିଛନ୍ତି ଗତ ଦଶନ୍ଧି ତାଙ୍କ ପାଇଁ ସ୍ୱତନ୍ତ୍ର । ଏହି ସମୟରେ ଭାରତୀୟ ଦଳରେ ସାମିଲ ହୋଇ ଦେଶର ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଥିଲା । ଅବସର ପରେ ଆଗକୁ ଓଡିଶା ହକି ଉନ୍ନତି ପାଇଁ କାମ କରିବେ ବୋଲି ଟୁଇଟରେ ଲେଖିଛନ୍ତି ଲିଲିମା ମିଞ୍ଜ ।

ତେବେ ଲିଲିମା ମିଞ୍ଜ ସମୁଦାୟ ୭୪ଟି ଆନ୍ତର୍ଜାତିକ ପ୍ରତୀଯୋଗିତାରେ ଭାରତ ପାଇଁ ଖେଳିଛନ୍ତି । ସେଥିରେ ସେ ୬ଟି ଗୋଲ କରିଛନ୍ତି । ୨୦୧୧ ମସିହାରେ ଥାଇଲାଣ୍ଡର ବ୍ୟାଙ୍କକଂରେ ହେଇଥିବା ପ୍ରତିଯୋଗୀତାରେ ୧୮ ବର୍ଷରୁ କମ ହକି ଏସିଆ କପରେ ସେ ଜାତୀୟ ମହିଳା ହକି ଦଳରେ ଖେଳିଥିଲେ । ଏହି ପ୍ରତିଯୋଗୀତାରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ଜିତିଥିଲା । ଜର୍ମାନୀରେ ଅନୁଷ୍ଠିତ ବିଶ୍ୱ କପରେ ସେ ସିଓଲଠାରେ ଖେଳିଥିଲେ । ଏହା ଛଡ଼ା ସେ ମାଲେସିଆ ସହ ହେଇଥିବା ୬ଟି ପ୍ରତିଯୋଗୀତାର ଏକ ସିରିଜ ଖେଳିଥିଲେ । ସେ ଅନେକ ଆନ୍ତର୍ଜାତୀୟ ଓ ଭାରତରେ ହେଇଥିବା ହକି ପ୍ରତିଯୋଗିତାରେ ଜାତୀୟ ଦଳର ସଦସ୍ୟା ଭାବରେ ଖେଳିଛନ୍ତି ।

Get real time updates directly on you device, subscribe now.