fbpx
BSKY SKY
BSKY SKY

ବିକାନେର୍ ଏକ୍ସପ୍ରେସ୍ ଲାଇନଚ୍ୟୁତ: ସ୍ଥାନୀୟ ଲୋକ ପୋଲିସ୍ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ଜାରି

BSKY

ପଶ୍ଚିମବଙ୍ଗର ଦୋମୋହାଣି ଠାରେ ବିକାନେର୍ ଏକ୍ସପ୍ରେସ ଦୁର୍ଘଟଣାଗସ୍ତ । ପଶ୍ଚିମବଙ୍ଗ ଦୋମୋହାଣି ଠାରେ ଟ୍ରେନ୍ ଲାଇନଚ୍ୟୁତ୍ । ଏକ୍ସପ୍ରେସର ୪ ରୁ ୫ଟି ବଗି ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଥିବା ସୂଚନା । ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା । ସ୍ଥାନୀୟ ଲୋକ, ପୋଲିସ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ଜାରି । ଏକ୍ସପ୍ରେସ ଟ୍ରେନଟି ବିକାନେରରୁ ଗୌହାଟି ଯାଉଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ସୂଚନା ମିଳିବା ପରେ ଘଟଣା ସ୍ଥଳରେ ରେଲୱେ ପୋଲିସ, ପ୍ରଶାସନ ସହ ଜିଲ୍ଲା ଅଧିକାରୀ ପହଞ୍ଚିଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭତ୍ତି କରାଯାଉଥିବା ନେଇ ସୂଚନା ।

Get real time updates directly on you device, subscribe now.