ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ଆଉ ଏକ ବଡ଼ ସଫଳତା ମିଳିଛି । ଉତ୍ତରପ୍ରଦେଶ ଚାଲାଣ ପାଇଁ ଲାଞ୍ଜିପଲୀ ବାଇପାସ ନିକଟରେ ଏକ ପରିତ୍ୟକ୍ତ ଘରେ ରଖାଯାଇଥିବା ୧୦ କୁଇଣ୍ଟାଲ ଗଂଜେଇକୁ ବିଭାଗ ପକ୍ଷରୁ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ହେବା ନେଇ କୁହାଯାଉଛି ।
ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ସମ୍ରାଟ ଢ଼ାବା ପଛରେ ଥିବା ଶିବାଶକ୍ତି ନଗର ଲେନ୍୧୦ ଠାରେ ଏକ ପରିତ୍ୟକ୍ତ ଘରେ ବିପୁଳ ପରିମାଣର ଗଞ୍ଜେଇ ଗଛିତ ରହିଛି ବୋଲି ବିଶେଷ ସୂତ୍ରରୁ ଖବର ମିଳିଥିଲା । ରାଜ୍ୟ ଅବକାରୀ ବିଭାଗ କମିଶନର ଆଶିଷ କୁମାର ସିଂଙ୍କ ଆଦେଶ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ଡେପୁଟି ସୁପରିଟେଣ୍ଡେଣ୍ଟ କୁବେରୀ ସେଠୀଙ୍କ ତତ୍ତ୍ୱାବଧାନରେ ଆଜି ଭୋରୁ ସେହି ଘରେ ଚଢଉ କରାଯାଇଥିଲା । ଦେଖନ୍ତୁ ଭିଡିଓ…