fbpx

ସଡ଼କ ସୁରକ୍ଷା ସପ୍ତାହ: ହେଲମେଟ ଜରିଆରେ ସଡ଼କ ସୁରକ୍ଷା ବାର୍ତ୍ତା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପାଳିତ ହେଉଛି ସଡକ ସୁରକ୍ଷା ସପ୍ତାହ । ଏହି ଅବସରରେ ସଡକ ସୁରକ୍ଷା ଜନିତ ବିଭିନ୍ନ ସଚେତନତା ବାର୍ତ୍ତା ବଣ୍ଟା ଯାଉଛି । ଏହି ଉଦ୍ୟମରେ ନିଜର ଅବଦାନ ରଖିଛନ୍ତି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ । ଏକ ହେଲମେଟ ଜରିଆରେ ସଡକ ସୁରକ୍ଷା ବାର୍ତ୍ତା ବାଣ୍ଟିବାକୁ ପ୍ରୟାସ କରିଛନ୍ତି ପ୍ରିୟଙ୍କା ।

ଜାନୁୟାରୀ ୧୧ରୁ ୧୭ ମଧ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଥାଏ । ସଡକ ସୁରକ୍ଷା ସମ୍ବଳିତ ବିଭିନ୍ନ ଚିହ୍ନକୁ ଏକ ହେଲମେଟ ଜରିଆରେ ଆଙ୍କିଥିଲେ ପ୍ରିୟଙ୍କା । ପ୍ରାୟ ୫୦ରୁ ଅଧିକ ସଡ଼କ ସୁରକ୍ଷା ନିୟମକୁ ହେଲମେଟରେ ରଖିଥିଲେ ପ୍ରିୟଙ୍କା । ଏହା ସହିତ ଏହି ହେଲମେଟକୁ ଟ୍ରାଫିକ କମିଶନରେଟର ଡିସିପି ଏସ୍ ସୁଶ୍ରୀଙ୍କୁ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.