fbpx

(Video) ଜେଜେମାକୁ ଠେଙ୍ଗାରେ ପିଟିପିଟି ମାରିଦେଲା ନାତି: ମାତ୍ର ତିନି ହଜାର ଟଙ୍କା ପାଇଁ ଘଟାଇଲା ନୃସଂଶ କାଣ୍ଡ

ମାତ୍ର ତିନି ହଜାର ଟଙ୍କା ପାଇଁ ଚାଲିଗଲା ଜୀବନ। ନିଶାରେ ଚୁର ନାତି ଠେଙ୍ଗାରେ ମାରି ହତ୍ୟା କଲା ଜେଜେମାଙ୍କୁ । ଆଉ ନାତି ହାତରେ ମରିଯାଇଛି ବିଚରା ୮୦ ବର୍ଷର ବୁଢୀମା । ଗତ କାଲି ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା।

ସୂଚନାଯୋଗ୍ୟ, ଯେ ବିଜୁ ପକ୍କା ଘର ଯୋଜନାରେ ଘର ମରାମତି ପାଇଁ ସରକାରଙ୍କ ପକ୍ଷରୁ ମିଳିଥିଲା ତିନି ହଜାର ଟଙ୍କା । ହେଲେ ନିଶାଗ୍ରସ୍ତ ନାତି ସେ ଟଙ୍କା ଜେଜେମା ଠାରୁ ଜୋର ଜବରଦସ୍ତ ନେବାକୁ ଚାହିଁଥିଲା। ତେବେ ଜେଜେମା ମନା କରିବାରୁ ତାଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଇଛି ହିଂସ୍ର ନାତି। ହେଲେ ଏତିକିରେ ବର୍ବରତା ସରିନି । ମୃତ୍ୟୁ ପରେ ଘରର ବାଡ଼ି ପଛ ପଟେ ମାଟି ତାଡି ପୋତିଦେଇଥିବା ସୂଚନା ମିଳିଛି। ତେବେ ଘଟଣା ସମ୍ପର୍କରେ ବୃଦ୍ଧାଙ୍କ ଘର ପାଖ ସମ୍ପର୍କୀୟ ଜାଣିବା ପରେ ଏନେଇ ବଡ଼ସାହି ପୋଲିସକୁ ସୂଚନା ଦେଇଥିଲେ। ଅଭିୟୁକ୍ତ ନାତି ଦେବ ସିଂ ଙ୍କୁ ଘଟଣା ସ୍ଥଳରୁ ବଡ଼ସାହି ପୋଲିସ ଗିରଫ କରି ଅଟକ ରଖିଛି। ମୃତକ ବଡ଼ସାହି ଥାନା ଅନ୍ତର୍ଗତ ଭୀମଦା ଗ୍ରାମପଞ୍ଚାୟତର ରତନପୁର ଗାଁର ଅଶୀ ବର୍ଷୀୟ ଆଇ ରଇବାରି ସିଂ ନାତି ଠେଙ୍ଗାରେ ମାରିବା ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.