fbpx

(Video) ‘ମହିଳାଙ୍କୁ ମାସିକ ୨ ହଜାର ଟଙ୍କା ଦେବା ସହ ଚାଷୀଙ୍କ ଋଣ ଛାଡ କରିବୁ..’, ଭିଡିଓରେ ଦେଖନ୍ତୁ ଆଉ କ’ଣ କହିଲେ ରାହୁଲ ଗାନ୍ଧୀ

କଟକ: ଆଜି ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିଛନ୍ତି । ସେ ସାଲେପୁରରେ ପହଁଚି ହଜାର ହଜାର ଲୋକଙ୍କୁ ସମ୍ବୋନ୍ଧିତ କରିଛନ୍ତି । ଏଥି ସହ ସେ ଜନସାଧାରଣଙ୍କୁ କିଛି ପ୍ରତିଜ୍ଞା କରିଛନ୍ତି । ଏହା ବ୍ୟତୀତ ସେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ସେ ମଞ୍ଚରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଖଣି, ଜମି, କୃଷକ, ବେରୋଜଗାର ପ୍ରସଙ୍ଗ ଉଠାଇଛନ୍ତି । ସେ ମହିଳାମାନଙ୍କୁ ମାସିକ ୨ ହଜାର ଟଙ୍କା ଦେବା ସହ ବେକାରୀ ଯୁବକ ଯୁବତୀଙ୍କୁ ୩୦୦୦ ଟଙ୍କ ଏବଂ ଚାଷୀମାନଙ୍କ ଋଣଛାଡ କଥା କହିଛନ୍ତି । ତେବେ ଆସନ୍ତୁ ଦେଖିବା ସେ ଆଉ କେଉଁ କେଉଁ ପ୍ରତିଶ୍ରୁତି ଦେଇଛନ୍ତି ।

ରାହୁଲ ଗାନ୍ଧୀ ଓଡ଼ିଶାରେ ପହଞ୍ଚିବା ପରେ ପ୍ରଥମେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ପହଞ୍ଚିଥିଲେ । ମଧୁବାବୁଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ସେ ମାଲ୍ୟାର୍ପଣ କରିଥିଲେ। ସେଠାରେ କିଛି ସମୟ ସେ ଭ୍ରମଣ କରିବା ପରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥଲେ। ଏହାପରେ କସ୍ତୁରବା ଆଶ୍ରମ ଯାଇଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ସେ ଆଲୋଚନା କରିଥିଲେ।

ଏହା ପରେ ରାହୁଲ ଗାନ୍ଧୀ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସାଲେପୁରର କୁଳିଆରେ ପହଞ୍ଚିଥିଲେ। ସେଠାରେ ନ୍ୟାୟ ସମାବେଶରେ ଯୋଗ ଦେଇ ଜନସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ସମାବେଶରେ କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର ଲୋକସଭା ଓ ବିଧାନସଭାର ପ୍ରାର୍ଥୀ, ନେତା, କର୍ମୀ, ସମର୍ଥକ ସାମିଲ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି।

 

Get real time updates directly on you device, subscribe now.