fbpx

ନୁଡଲ୍ସରେ ମହିଳା ତିଆରି କଲେ ସ୍କାର୍ଫ: ୭୦ ଲକ୍ଷରୁ ଅଧିକ ଦେଖିଲେଣି ଭାଇରାଲ ଭିଡିଓ…

ମ୍ୟାଗି ଏବଂ ନୁଡଲ୍ସ ଖାଇବା କାହାକୁ ପସନ୍ଦ ଆସିନଥାଏ । ଅନେକ ଏହାକୁ ନିଜ ନିଜ ଷ୍ଟାଇଲରେ ଖାଇବାକୁ ପସନ୍ଦ କରିଥାନ୍ତି । କେହି ଏହାକୁ ଚାମଚରେ ଖାଇଥାନ୍ତି ତ’ କେହି ଏହାକୁ ଚପଷ୍ଟିକରେ ଖାଇବାକୁ ପସନ୍ଦ କରିଥାନ୍ତି । ବେଳେ ବେଳେ ଆପଣଙ୍କୁ ନୁଡଲ୍ସରେ ବୁଣିବାର ଭାବନା ଆସିଥାଇପାରେ । ତେବେ ଏହି ଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଶୀତ ଦିନ ପାଇଁ ମହିଳାଙ୍କୁ ସ୍ୱେଟର କିମ୍ବା ଶୀତ ବସ୍ତ୍ର ବୁଣୁଥିବାର ଆପଣ ଦେଖିଥିବେ । କିନ୍ତୁ ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କିଛି ସେକେଣ୍ଡର ଏହି ଭିଡିଓରେ ଉଲ୍ ଯାଗାରେ ଜଣେ ମହିଳା ନୁଡଲ୍ସରେ ସ୍କାର୍ଫ ବୁଣୁଥିବାର ନଜର ଆସିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଅନେକ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଶେଷରେ ଏହା ସମ୍ଭବ ହୋଇପାରିଲା । ସେହିଭଳି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ମହିଳାଙ୍କ କଳାକୁ ୨୧ ତୋପର ସଲାମ ।

Get real time updates directly on you device, subscribe now.