fbpx

ଘରେ ହେଉଥିଲା ଚୋରି, ଆମେରିକାରୁ ଲାଇଭ୍ ଦେଖୁଥିଲେ ମାଲିକ: ପୋଲିସ୍ କଲା ଗିରଫ

ଆମେରିକାରୁ ଥାଇ ଭାରତରେ ଘରେ ପଶିଥିବା ଚୋରଙ୍କୁ ଧରାଇଲେ ଯୁବକ । ଆମେରିକାରେ ରହୁଥିବା କାନପୁରର ଜଣେ ଇଞ୍ଜିନିୟରଙ୍କ ଘରେ ଚୋରିର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକୃତରେ ଚୋରି କରିବାକୁ ଘର ମାଲିକ ବିଜୟଙ୍କ ଘରେ ପଶିଥିବା ଚୋରଙ୍କୁ ଆମେରିକାରୁ ନିଜର ମୋବାଇଲରେ ଲାଇଭ ଦେଖୁଥିଲେ ବିଜୟ କେବଳ ସେତିକି ନୁହେଁ ଚୋରଙ୍କୁ ପୋଲିସ ଧରାଇଥିଲେ ମଧ୍ୟ ।

ସୂଚନା ଅନୁଯାୟୀ, ରବିବାର ରାତିରେ କିଛି ଚୋର ବିଜୟଙ୍କ କାନପୁର ସ୍ଥିତ ଘରେ ପଶିଥିଲେ । ଆଉ ଘରେ ଲାଗିଥିବା ସିସିଟିଭି ଜରିଆରେ ଆମେରିକାରେ ଥିବା ବିଜୟଙ୍କ ଫୋନରେ ଆଲର୍ମ ବାଜିଥିଲା ଏବଂ ସେ ଏ ସମୟରେ ଚୋର ଘରେ ପଶୁଥିବାର ଦେଖିଥିଲେ । ବିଜୟ ସେମାନଙ୍କୁ ୱାର୍ଣ୍ଣିଂ ଦେଇଥିଲେ ଯେ ସେ ତାଙ୍କୁ ଲାଇଭ ଦେଖୁଛନ୍ତି ଏବଂ ତାଙ୍କୁ ଘରୁ ପଳାଇଯିବାକୁ ମଧ୍ୟ କହିଥିଲେ । କିନ୍ତୁ ଚୋରମାନେ ତାଙ୍କର ସିସିଟିଭିକୁ ଭାଙ୍ଗି ଦେଇଥିଲେ ।

ଏହାପରେ ବିଜୟ ପୋଲିସକୁ ଖବର ଦେଇଥିଲେ ଏବଂ ପୋଲିସ ସେମାନଙ୍କୁ ଧରିବା ପାଇଁ ଘରକୁ ଘେରିଥିଲେ ତେବେ ଏହାରି ମଧ୍ୟରେ ଚାରି ଜଣ ଚୋରଙ୍କ ମଧ୍ୟରୁ ଦୁଇ ଜଣ ଖସିପଳାଇଥିଲେ । ଖସି ପଳାଉଥିବା ସମୟରେ ପୋଲିସ୍ ଏନକାଉଣ୍ଟରରେ ଜଣେ ଚୋର ଆହତ ମଧ୍ୟ ହୋଇଥିଲା । ତେବେ ଖସି ଯାଇଥିବା ସେହି ଦୁଇଜଣକୁ ପୋଲିସ୍ ସନ୍ଧାନ କରୁଛି । ଏହାପରେ ବିଜୟଙ୍କ ଅନୁରୋଧ କ୍ରମେ ପୋଲିସ୍ ତାଙ୍କ ଘର ନିକଟରେ କଡ଼ା ପହାର ମଧ୍ୟ କରିଛି । ଏହି ଘଟଣା ଏବେ କାନପୁର ସହ ଆମେରିକାରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.