ଘାନା: ଆଫ୍ରିକୀ ଦେଶ ଘାନାରେ ଖଣି ବିସ୍ଫୋରକ ନେଇ ଯାଉଥିବା ଏକ ଟ୍ରକ୍ ରେ ଦ୍ୱାରା ବଡ଼ ଧରଣର ଧମାକା ଘଟିଛି । ଏହି ବିସ୍ଫୋରଣରେ ୧୭ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ର୫୯ରୁ ଅଧିକ ଜଣ ଆହତ ହୋଇଛନ୍ତି । ଅଧିକାରୀ ମାନେ କହିଛନ୍ତି ଯେ, ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ମଧ୍ୟରେ ଅନେକ ଜଣ ଗୁରୁତର ହୋଇଥିବା ଖବର ପ୍ରକାଶ ମିଳିଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି । ଆହତଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ସାମିଲ ରହିଛନ୍ତି । ଗୋଟିଏ ୫ ବର୍ଷର ପିଲାର ସ୍ଥିତି ସଙ୍କଟାପର୍ଣ୍ଣ ରହିଛି ।
ସୂଚନା ଯେ, ଖଣି ବିସ୍ଫୋରକ ନେଇ ଯାଉଥିବା ଏକ ଟ୍ରକ୍ ଗୋଟିଏ ମୋଟର ସାଇକେଲ୍ ସହିତ ଧକ୍କା ହୋଇଥିଲା । ଫଳରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଏହା କାରଣରୁ ୫୦୦ରୁ ଅଧିକ ଘର ଓ ବିଲ୍ଡିଂ ମାଟିରେ ମିଶିଯାଇଛି । ଜରୁରୀକାଳୀନ ସ୍ଥିତିରେ ଥିବା ଅଧିକାରୀ ମାନେ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନେକ ଲୋକ ଧ୍ୱଂସ ହୋଇଯାଇଥିବା ଘର ଭିତରେ ଫଶି ରହିଛନ୍ତି । ସେମାନଙ୍କୁ ଏବେ ଉଦ୍ଧାର କରାଯାଉଛି । ଅଧିକାଂଶକୁ ବାହାରକୁ ବାହାର କରିଦିଆଯାଇଛି ।
ନ୍ୟାସନାଲ୍ ଡିଜାଷ୍ଟର୍ ମ୍ୟାନେଜମେଣ୍ଟ ଅର୍ଗାନାଇଜେସନ୍ ର ଡେପୁଟି ଡାଇରେକ୍ଟର୍ ଜେନେରାଲ୍ ସୋଜି ସାଜି ଏମେଡୋନୁ ବିସ୍ଫୋରଣରେ ହୋଇଥିବା କ୍ଷତି ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଧମାକା ହୋଇଥିବା ଅଞ୍ଚଳରେ ଥିବା ପ୍ରାୟ ସବୁ ଘର ଓ ବିଲ୍ଡିଂ ଧ୍ୱଂସ ହୋଇଯାଇଛି ।