fbpx

ସଲମାନଙ୍କ ଫାର୍ମ ହାଉସରେ ପୋତା ହୋଇଛି ଫିଲ୍ମ ଷ୍ଟାରଙ୍କ ମୃତଦେହ: ଅଭିଯୋଗ ଆଣିଲେ ପଡ଼ୋଶୀ

ସଲମାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପଡ଼ୋଶୀ । ଏକ ସାକ୍ଷାତକାରରେ ସଲମାନଙ୍କ ପଡ଼ୋଶୀ କହିଛନ୍ତି ଯେ ଫିଲ୍ମ ଷ୍ଟାର ମାନଙ୍କ ମୃତ ଦେହ ସଲମାନଙ୍କ ପନଭେଲ ଫାର୍ମ ହାଉସରେ ପୋତାଯାଇଛି ଏହା ସହ ସେ ସଲମାନଙ୍କ ଧର୍ମକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି । ଯାହାକୁ ନେଇ ସଲମାନ ଏକ ମାନହାନୀ ମାମଲା ମଧ୍ୟ କରିଛନ୍ତି । ସଲମାନଙ୍କ ଫାର୍ମ ହାଉସ ନିକଟରେ ଜମି କିଣିବାକୁ ଚାହୁଥିବା ଜଣେ ବ୍ୟକ୍ତି ଏମିତି ଏକ ଇଣ୍ଟରଭ୍ୟୁରେ କହିଛନ୍ତି ।

ସଲମାନ ଅଭିଯୋଗ କରିଛନ୍ତି ଯେ କକ୍କଡ ତାଙ୍କ ଫାର୍ମହାଉସ ନିକଟରେ ଜମି କିଣିବାକୁ ଚାହୁଥିଲେ କିନ୍ତୁ କର୍ତ୍ତୃପକ୍ଷ ଏହାକୁ ବେଆଇନ୍ ଦର୍ଶାଇ ମନା କରିଥିଲେ । ଯାହାକୁ ନେଇ କକ୍କଡ ତାଙ୍କ ନାଁରେ ଅଭିଯୋଗ ଆଣିଥିଲେ ଯେ ସଲମାନ ସେଠାରେ ଜାଗା କିଣାଇଦେବାକୁ ଚାହୁନାହଁନ୍ତି ଏବଂ ବିନା କାରଣରେ ଏମିତି ଅଭିଯୋଗ ଆଣିଛନ୍ତି ।

କୋର୍ଟରେ ଶୁଣାଣି ବେଳେ ସଲମାନଙ୍କ ଓକିଲ ଯୁକ୍ତି ରଖିଥିଲେ ଯେ ଜମି ବିବାଦ ମଧ୍ୟରେ ସଲମାନଙ୍କ ଧର୍ମକୁ ବିନା କାରଣରେ ବିବାଦ ଭିତରକୁ ଟାଣୁଛନ୍ତି । ଶିଶୁ ଚାଲଣ ଏବଂ ତାଙ୍କ ଫାର୍ମ ହାଉସରେ ଫିଲ୍ମ ଷ୍ଟାରଙ୍କ ମୃତଦେହ ପୋତା ଯାଇଥିବାର ଅଭିଯୋଗ ଆଣିଛନ୍ତି । ସେହିପରି ସଲମାନ ତାଙ୍କ ଓକିଲଙ୍କ ମାଧ୍ୟମରେ କହିଛନ୍ତି ଯଦି ଏହାର କୌଣସି ପ୍ରମାଣ ଅଛି ତାହେଲେ ଦେଖାନ୍ତୁ ବିନା ପ୍ରମାଣରେ ଏସବୁ କପୋଳକଳ୍ପିତ । ଜମି ବିବାଦରେ ବ୍ୟକ୍ତିଗତ ଚରିତ୍ରକୁ ଆକ୍ଷେପ କରିବା । ଧର୍ମକୁ ଆକ୍ଷେପ କରିବା କ’ଣ ଦରକାର ବୋଲି ପ୍ରଶ୍ନ କରିଛନ୍ତି । ସଲମାନ କହିଛନ୍ତି ମୋ ମା’ ହିନ୍ଦୁ ବାପା ମୁସଲିମ ଏବଂ ମୋ ଭାଇମାନେ ମଧ୍ୟ ହିନ୍ଦୁଙ୍କୁ ବିବାହ କରିଛନ୍ତି, ଆମେ ସବୁ ପର୍ବକୁ ପାଳନ କରୁ ।

କକ୍କଡ ସଲମାନଙ୍କୁ ବିରୋଧରେ ଯେପରି ଅନ୍ୟ କୌଣସି ମନ୍ତବ୍ୟ ନଦେବେ ସେଥିପାଇଁ ସଲମାନଙ୍କ ଓକିଲ ଆବେଦନ କରିଥିବା ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି କୋର୍ଟ । ସେପଟେ କକ୍କଡଙ୍କ ଓକିଲ କହିଛନ୍ତି ତାଙ୍କୁ ଉତ୍ତର ଦେବାକୁ ପର୍ଯ୍ୟାନ୍ତ ସମୟ ଦିଆଯାଉ । ଏହା ସହ ସଲମାନଙ୍କ ପଡ଼ୋଶୀ ଦେଇଥିବା ଇଣ୍ଟରଭ୍ୟୁରେ ଥିବା ଅନ୍ୟ ଦୁଇ ଜଣଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି ।

 

Get real time updates directly on you device, subscribe now.