fbpx

ଲମ୍ବା ସମୟ ପର୍ଯ୍ୟନ୍ତ ବସି ରହୁଥିଲେ ୩୦% ବଢ଼ିଯିବ ଆକସ୍ମିକ ମୃତ୍ୟୁ ଆଶଙ୍କା, ସିଟିଂ ଟାଇମ୍ ଅନୁସାରେ କରନ୍ତୁ ଏକ୍ସରସାଇଜ୍- ଅଧ୍ୟୟନ

ନୂଆଦିଲ୍ଲୀ: ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ଜାଗାରେ ବସି ରହିବା ଫଳରେ ଶରୀର ଉପରେ ଅନେକ ଖରାପ ପ୍ରଭାବ ପଡ଼ିଥାଏ । ଲମ୍ବା ସମୟ ପର୍ଯ୍ୟନ୍ତ ବସିବା ଦ୍ୱାରା ମୋଟାପଣ ଓ କ୍ୟାନସର୍ ପରି ରୋଗର ଆଶଙ୍କା ବଢ଼ିଥାଏ । ତେଣୁ ଯଦି ଏହି ସମସ୍ୟା ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ତେବେ ପ୍ରତି ଏକ ଘଣ୍ଟା ବସିବା ବଦଳରେ ୩ ମିନିଟ୍ ପର୍ଯ୍ୟନ୍ତ ମଧ୍ୟମ ସ୍ପିଡ୍ ରେ ଏକ୍ସରସାଇଜ୍ କରନ୍ତୁ । ଏପରି କରିବା ଦ୍ୱାରା ଆପଣ ଆକସ୍ମିକ ମୃତ୍ୟୁ ଆଶଙ୍କାକୁ ୩୦ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିପାରିବେ ।

ଗ୍ଲାସଗୋ କଲେଡୋନିୟମ୍ ୟୁନିଭର୍ସିଟି ରେ କରାଯାଇଥିବା ଏକ ରିସର୍ଚ୍ଚରେ ଏହି କଥା ଦାବି କରାଯାଇଛି । ଏଥିରେ କୁହାଯାଇଛି ଯେ, ଜଣେ ବ୍ୟକ୍ତିକୁ ନିଜର ଦୈନିକ କାମ ସାରିବା ପରେ ଶେଷ କିଛି ଘଣ୍ଟା ଆକ୍ଟିଭ୍ ରହିବା ଦରକାର । ଯଦି ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ବସି ରହି କାମ କରିବାକୁ ପଡ଼ୁଛି ତେବେ ଆପଣଙ୍କୁ ସେହି ସମୟ ଅନୁସାରେ ଏକ୍ସରସାଇଜ୍ କରିବା ଦରକାର । ଆପଣ କେତେ ଘଣ୍ଟା ବସିରହୁଛନ୍ତି ସେହି ଅନୁସାରେ ଶାରୀରିକ ବ୍ୟାୟାମ କରିବା ଆବଶ୍ୟକ । ଯାହାଫଳରେ ଆପଣ ଶରୀରକୁ ସମ୍ଭାବିତ ରୋଗ ଦାଉରୁ ରକ୍ଷା କରିପାରିବେ ।

ଏହି କ୍ରମରେ ଯଦି ଆପଣଙ୍କ ସିଟିଂ ଟାଇମ୍ ୪ରୁ ୬ ଘଣ୍ଟା ରହିଛି ତେବେ ଆପଣଙ୍କୁ ୧୨ରୁ ୧୮ ମିନିଟ୍ ଏକ୍ସରସାଇଜ୍ କରିବାକୁ ହେବ । ସେହିଭଳି ୬ରୁ ୮ ଘଣ୍ଟା ଯଦି ବସି ରହୁଛନ୍ତି ତେବେ ୧୮ରୁ ୨୪ ମିନିଟ୍ ବ୍ୟାୟାମ କରନ୍ତୁ ଏବଂ ୮-୧୦ ଘଣ୍ଟା ବସୁଥିଲେ ୨୪ରୁ ୩୦ ମିନିଟ୍ ଏକ୍ସରସାଇଜ୍ କରନ୍ତୁ ।

Get real time updates directly on you device, subscribe now.