fbpx

ରାଜଧାନୀରେ ଯୁବକଙ୍କୁ ଛୁରାମାଡ଼: ଅଭିଯୁକ୍ତକୁ ଥାନାରେ ଅଟକ

ଭୁବନେଶ୍ୱର: ପୁଣି ରାଜଧାନୀରେ ଭୁବନେଶ୍ୱରରେ ଛୁରାମାଡ଼, ପୁଣି ରକ୍ତ ରଞ୍ଜିତ ହେଲା ରାଜଧାନୀ । ଭୁବନେଶ୍ୱର ଶୈଳଶ୍ରୀବିହାର ଅଞ୍ଚଳରେ ଛୁରାମାଡ଼ରେ ଗୁରୁତର ହୋଇପଡ଼ିଛନ୍ତି ଇଞ୍ଜିନିୟରିଂ ଛାତ୍ର ।

ତେବେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ, ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖିଛି ଚନ୍ଦ୍ରଶେଖରପୁର ପୋଲିସ । କୁହାଯାଉଛି ତ୍ରିକୋଣୀୟ ପ୍ରେମ ବ୍ୟପାରକୁ ନେଇ ଘଟିଛି ଏହି ଛୁରାମାଡ଼ । ଜଣେ ଯୁବତୀଙ୍କୁ ଦୁଇ ଯୁବକଙ୍କ ପ୍ରେମ କରୁଥିବା ନେଇ ଛୁରାମାଡ଼ ହୋଇଥିବା ସୂଚନା । ଉଭୟ ଅଭିଯୁକ୍ତ ଓ ଆହତ ଉଭୟ ଯୁବକ ଇଞ୍ଜିନୟରିଂ ଛାତ୍ର । ଆହତ ଯୁବକଙ୍କ ନାମ ପ୍ରିୟ ରଞ୍ଜନ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.