fbpx
BSKY SKY
BSKY SKY

ମା’ କୁ ମରିବାକୁ ଛାଡ଼ିଦେଇଥିଲେ ସିଦ୍ଧୁ, କାନ୍ଦି କାନ୍ଦି କହିଲେ ଭଉଣୀ

BSKY

ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଅଧ୍ୟକ୍ଷ ନବଜୋତ୍ ସିଂହ ସିଦ୍ଧୁଙ୍କ ବିରୋଧରେ ପାରିବାରିକ ବିବାଦ ଦେଖାଦେଇଛି । ପ୍ରକୃତରେ ସିଦ୍ଧୁଙ୍କ ଭଉଣୀ ସୁମନ ତୁର ତାଙ୍କ ଉପରେ ଅମାନବୀୟ ବ୍ୟବହାର ଏବଂ ନିର୍ଦ୍ଦୟ ବୋଲି ଅଭିଯୋଗ ଆଣିଛନ୍ତି । ଏତିକି ନୁହେଁ ସୁମନ ତୁର କହିଛନ୍ତି ଯେ ସିଦ୍ଧୁ ତାଙ୍କ ବାପା ଭଗବନ୍ତ ସିଦ୍ଧୁଙ୍କ ମୃତ୍ୟୁ ପରେ ତାଙ୍କ ମା’ ନିର୍ମଳ ଭଗବନ୍ତ ଏବଂ ବଡ଼ ଭଉଣୀଙ୍କୁ ଘରୁ ବାହାର କରିଦେଇଥିଲେ । ଏହାପରେ ଦିଲ୍ଲୀ ରେଳ ଷ୍ଟେସନରେ ତାଙ୍କର ମୃତଦେହ ମିଳିଥିଲା ।

ସିଦ୍ଧୁଙ୍କ ଭଉଣୀ ସୁମନ ତୁର ଆମେରିକାରୁ ଚଣ୍ଡୀଗଢ଼ ପହଞ୍ଚିଛନ୍ତି । ସେ ପ୍ରେସ୍ କନଫରେନ୍ସିଂ କରି ସିଦ୍ଧୁଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ତୁର କହିଛନ୍ତି ନବଜୋତ୍ ସିଦ୍ଧୁ ମିଛ ବୟାନ ଦେଇଛନ୍ତି ଯେ ତାଙ୍କ ପିତା-ମାତା ଆଇନତଃ ଭାବରେ ଅଲଗା ହୋଇଛନ୍ତି । ସେ କହିଛନ୍ତିି ନବଜୋତ ବହୁତ ନିର୍ଦ୍ଦୟୀ । ସୁମନ ତୁର ଆହୁରି କହିଛନ୍ତି ସେ ନବଜୋତଙ୍କ ସହ ଦେଖାକରିବାକୁ ଅମୃତସର ତାଙକ ଘରକୁ ଯାଇଥିଲେ କିନ୍ତୁ ସେ ଗେଟ୍ ଖୋଲିନଥିଲେ । ଏମିତିକି ତାଙ୍କ ହ୍ୱାଟ୍ସଆପ୍ ମଧ୍ୟ ବ୍ଳକ କରିଦେଇଥିଲେ ।

ସେ କହିଛନ୍ତି ୧୯୮୬ ରେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ସିଦ୍ଧୁ ମା’ଙ୍କୁ ତାଙ୍କ ସହ ଘରୁ ବାହାର କରିଦେଇଥିଲେ । ଶେଷରେ ଦିଲ୍ଲୀ ରେଳ ଷ୍ଟେସନରେ ତାଙ୍କର ମୃତ୍ୟୁ ହୋଇଥିଲା । ସୁମନ କହିଛନ୍ତି ଯେ ସିଦ୍ଧୁ ଏସବୁ ସମ୍ପତ୍ତି ପାଇଁ କରିଥିଲେ । ସୁମନ କହିଛନ୍ତି ଯେ ସେ ଅନେକ ଥର ତାଙ୍କ ସହ ଯୋଗଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏଥିପାଇଁ ଅନୁମତି ଦେଉନଥିଲେ ସିଦ୍ଧୁ ।

ସେପଟେ ନବଜୋତଙ୍କ ପକ୍ଷ ରଖି ତାଙ୍କ ପତ୍ନୀ ନବଜୋତ କୌର କହିଛନ୍ତି ଯେ ସିଦ୍ଧୁଙ୍କ ବାପା ଭଗବନ୍ତ ସିଂହ ଦୁଇଯି ବିବାହ କରିଥିଲେ । ସିଦ୍ଧୁ୍ଙ୍କ ଦୁଇ ଭଉଣୀ ତାଙ୍କର ପ୍ରଥମ ପତ୍ନୀଠାରୁ ହୋଇଥିଲା ।

Get real time updates directly on you device, subscribe now.