fbpx

ବିବାଦୀୟ ବୟାନ ପରେ କ୍ଷମା ମାଗିଲେ ଶ୍ୱେତା, ଅନ୍ତଃବସ୍ତ୍ର ଏବଂ ଭଗବାନଙ୍କୁ ନେଇ ଦେଇଥିଲେ ବୟାନ

ନୂଆଦିଲ୍ଳୀ: ନିଜର ବିବାଦୀୟ ବୟାନକୁ ଏବେ ଚର୍ଚ୍ଚାରେ ଅଭିନେତ୍ରୀ ଶ୍ୱେତା ତିୱାରୀ । ଶ୍ୱେତା ତିୱାରୀ ନୂଆ ୱେବ ସିରିଜ୍ ର ଲଞ୍ଚ ଇଭେଣ୍ଟରେ ଅନ୍ତଃବସ୍ତ୍ର ଏବଂ ଭଗବାନଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଯାହାକୁ ନେଇ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା । ତାଙ୍କର ଏହି ବୟାନ ଧାର୍ମିକ ଭାବନାକୁ ଆଘାତ କରୁଛି ବୋଲି ଅଭିଯୋଗ ହୋଇଥିଲା । ଶ୍ୱେତାଙ୍କ ଏହି ବୟାନରେ ରାଜ୍ୟର ଗୃହମନ୍ତ୍ରୀ ଆପତ୍ତି ଦର୍ଶାଇଥିଲେ ଏବଂ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଭୋପାଳ ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା ।

ତେବେ ବର୍ତ୍ତମାନ ଶ୍ୱେତାଙ୍କ ନିଜର ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଭାଇରାଲ ଭୟାନୀକୁ ଏକ ବିବୃତ୍ତି ଦେଇ କହିଛନ୍ତି ଯେ ସେ ଏଭଳି ତାଙ୍କ ପୂର୍ବ ସହଯୋଗୀଙ୍କ ଭୂମିକାକୁ ନେଇ କହିଥିଲେ । ସେ କହିଛନ୍ତି ଉଦ୍ଦେଶ୍ୟମୂଳକ ଭାବରେ ଏମିତି କରିନାହାଁନ୍ତି । ସେ କହିଛନ୍ତି ଭିଡିଓକୁ ସଂପୂର୍ଣ୍ଣ ଭାବରେ ଦେଖିଲେ ପ୍ରକୃତ କଥା ବୁଝିହେବ । କିନ୍ତୁ ଅଧାରୁ ଦେଖିଲେ ଏହା ଜଣାପଡ଼ୁନାହିଁ ଏବଂ ଏହା ଅର୍ଥକୁ ଭୁଲ ଭାବରେ ଦର୍ଶାଉଛି ତେଣୁ ଅଜାଣତରେ ଏଭଳି କରିଥିବାରୁ ଏଥିପାଇଁ ଭୁଲ ମାଗୁଛି ବୋଲି କହିଛନ୍ତି ଶ୍ୱେତା ତିୱାରୀ ।

ସୂଚନାଯୋଗ୍ୟ, ଅଭିନେତ୍ରୀ ଶ୍ୱେତା ତିୱାରୀ ଗଣମାଧ୍ୟମର ଏକ ପ୍ରେସ୍ ମିଟ୍ ରେ କହିଥିଲେ ଯେ, ତାଙ୍କ ବ୍ରା ସାଇଜ୍ ଭଗବାନ୍ ନେଉଛନ୍ତି । ଏହି ମାମଲାକୁ ନେଇ ବିଭିନ୍ନ ହିନ୍ଦୁ ସଂଗଠନ ଆନ୍ଦୋନଳକୁ ଓହ୍ଲାଇ ଆସିଥିଲେ । ଭୋପାଳରେ ଶ୍ୱେତାଙ୍କ ପୋଷ୍ଟର୍ ଜଳାଇ ବିରୋଧ ପ୍ରଦର୍ଶନ କରିଥିଲେ । ଏବେ ଏହି ମାମଲାର ତଦନ୍ତ କରିବାକୁ ଅପିଲ୍ କରାଯାଇଛି ।

Get real time updates directly on you device, subscribe now.