fbpx
BSKY
BJD YOUTH SKY
BJD MS SKY

ହ୍ୱାଟସଆପରେ ଫଟୋ-ଭିଡିଓ ପାଇଁ ଆସିଲା ଖାସ୍ ଫିଚର: ଏଣିକି ଚାଟିଂରେ ୟୁଜର୍ସଙ୍କୁ ମିଳିବ ଦୁଇଗୁଣ ମଜା

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ମେସେଜିଂ ଆପ୍ ହ୍ୱାଟସଆପ୍ ବ୍ୟବହାର କରୁଥିବା ସମସ୍ତ ୟୁଜର୍ସଙ୍କ ପାଇଁ ଆସିଛି ଏକ ଖୁସି ଖବର । ୟୁଜର୍ସଙ୍କ ସୁବିଧା ପାଇଁ ହ୍ୱାଟସଆପର ମୂଳ କମ୍ପାନୀ ମେଟା ପକ୍ଷରୁ ନିୟମିତ ବ୍ୟବଧାନରେ ନୂଆ ନୂଆ ଫିଚର ଯୋଡ଼ା ଯାଉଥିବା ବେଳେ ଏହା ମଧ୍ୟରେ କମ୍ପାନୀ ଏକେ ଖାସ୍ ଫିଚରର ଟେଷ୍ଟିଂ କରୁଛି । ଏହି ନୂଆ ଫିଚର ସହାୟତାରେ ୟୁଜର୍ସ ଏହି ପ୍ଲାଟଫର୍ମରେ ଶେୟାର କରାଯାଇଥିବା ଫଟୋ ଓ ଭିଡିଓରେ ତୁରନ୍ତ ପ୍ରତିକ୍ରିୟା ଦେବାର ସୁବିଧା ପାଇ ପାରିବେ ।

ବର୍ତ୍ତମାନ ସମୟରେ କୌଣସି ଫଟୋ ବା ଭିଡିଓ ଉପରେ ରିଆକ୍ସନ ଦେବା ପାଇଁ ଏକମାତ୍ର ତରିକା ରହିଛି । ସେଥିପାଇଁ ୟୁଜର୍ସଙ୍କୁ ଦୀର୍ଘ ସମୟ ଧରି ଟ୍ୟାପ୍ କରିବାକୁ ପଡ଼ିଥାଏ ଓ ଦୃଶ୍ୟମାନ ହେଉଥିବା ବାରରେ ନିଜର ରିଆକ୍ସନ ବାଛିବାକୁ ପଡ଼ିଥାଏ । ମାତ୍ର କମ୍ପାନୀ ଟେଷ୍ଟିଂ କରୁଥିବା ଫିଚରରେ ୟୁଜର୍ସ ତୁରନ୍ତ ରିଆକ୍ସନ ଓ ରିପ୍ଲାଏ ଦେବାର ସୁବିଧା ମିଳିବ । ଗତବର୍ଷ ସେପ୍ଟେମ୍ବର ମାସରେ ଡେଭଲପର୍ସ ଏହି ଆପର ମିଡ଼ିଆ ଭ୍ୟୁଅର ପାଇଁ ଏକ ନୂଆ ରିପ୍ଲାଏ ବାବଦରେ ଉପସ୍ଥାପନ କରିଥିଲେ । ମାତ୍ର ଲାଟେଷ୍ଟ ବିଟା ମିଡ଼ିଆ ଭ୍ୟୁଅରରେ ଏକ ରିଆକ୍ଟ ବାର ଯୋଡ଼ିବା ଖବର ସାମ୍ନାକୁ ଆସିଥିଲା ।

ଏ ନେଇ ୱାବେଟାଇନଫୋ ଏକ ସ୍କ୍ରିନଶଟ ଶେୟାର କରିଥିବା ବେଳେ ସେଥିରେ ଆଗକୁ ଆସିବାକୁ ଥିବା ଫିଚର ବାବଦରେ ଉଲ୍ଲେଖ କରାଯାଇଛି । ହ୍ୱାଟସଆପରେ ଆସୁଥିବା ଫଟୋ, ଭିଡିଓକୁ ଖୋଲିବା ପରେ ଆପଣଙ୍କୁ ତା’ ତଳେ ଅଲଗା ଭାବେ ଏକ ବାର ଦେଖାଯିବ । ସେଠାରେ ୟୁଜର୍ସ ଉକ୍ତ ମିଡ଼ିଆ ବାବଦରେ କମେଣ୍ଟ କରିପାରିବେ । ସେହିପରି ବାରର ଠିକ ସାମ୍ନାରେ ରିଆକ୍ଟ କରିବାର ବଟନ ରହିଛି ଓ ତା’ ଉପରେ ଟ୍ୟାପ କରିବା ଫଳରେ ଅଲଗା ଅଲଗା ଇମୋଜି ସାମ୍ନାକୁ ଆସିବ । ବର୍ତ୍ତମା ଏହି ଫିଚର କିଛି ବଛା ବଛା ଲୋକଙ୍କୁ ଦିଆଯାଇଛି । ଖୁବଶୀଘ୍ର ଏହାକୁ ସମସତଙ୍କ ପାଉଁ ଉପଲବ୍ଧ କରାଯିବ ।

Get real time updates directly on you device, subscribe now.