fbpx

ଘୋଷଣା କଲା OPSC: ଜୁନ୍ ୨୩ରେ ହେବ OJS-୨୦୨୩ ପ୍ରିଲିମିନାରୀ ପରୀକ୍ଷା

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନ୍ ମାସ ୨୩ ତାରିଖ (ରବିବାର) ଦିନ ହେବ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ)- ୨୦୨୩ ପ୍ରିଲିମିନାରୀ ପରୀକ୍ଷା । ସକାଳ ୧୦ଟାରୁ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ସେଣ୍ଟର ଲିଷ୍ଟ ପରବର୍ତ୍ତୀ ସମୟରେ ଜାରି କରାଯିବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯିବା ସହିତ ନିୟମିତ ଭାବେ ୱେବସାଇଟ୍ ପରିଦର୍ଶନ କରିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି ।

ମୋଟ ୨୪ଟି ସିଭିଲ ଜଜ୍ (ଜୁନିୟର ଡିଭିଜନ) ପଦ ପୂରଣ ପାଇଁ ପୂର୍ବରୁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଗତ ମାର୍ଚ୍ଚ ୨୦ରୁ ଏପ୍ରିଲ ୨୦ ପର୍ଯ୍ୟନ୍ତ ଏନେଇ ଆବେଦନ ଚାଲିଥିଲା । ପ୍ରିଲିମିନାରୀ ଲିଖିତ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ରାଜ୍ୟର ୫ଟି ଜୋନାଲ କେନ୍ଦ୍ରରେ ପ୍ରିଲିମ୍ ଓ ମେନ୍ ପରୀକ୍ଷା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ସହିତ ସେ ଓଡ଼ିଆ ଭାଷା କହିବା, ଲେଖିବା ଓ ପଢ଼ିବା ଭଲ ଭାବେ ଜାଣିଥିବେ । ୨୦୨୩ ମସିହା ଅଗଷ୍ଟ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ୨୩ରୁ ୩୫ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ କୋହଳ ନିୟମ କାର୍ଯ୍ୟକାରୀ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା ।

Get real time updates directly on you device, subscribe now.