fbpx

ଦୁଇ ଜଣଙ୍କୁ ଦଳରୁ ବହିଷ୍କାର କଲା ରାଜ୍ୟ ବିଜେପି

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ସମ୍ବଲପୁର ଲୋକସଭା ଆସନରେ ସର୍ବାଧିକ ମତଦାନ ହୋଇଥିବା ବେଳେ ଆଠମଲ୍ଲିକ ବିଧାନସଭା ଆସନରେ ସର୍ବାଧିକ ମତଦାନ ହୋଇଛି । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ୭୬.୬୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ୱର ଆସନରେ ୬୨ ପ୍ରତିଶତ ଭୋଟିଂ ହୋଇଥିଲା । ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହେବା ସହ ଇଭିଏମରେ ସିଲ୍ ହୋଇଛି ୪୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତା ମାସ ୪ ତାରିଖରେ ସମସ୍ତ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେବ ।

ତେବେ ଏହା ମଧ୍ୟରେ ରାଜ୍ୟ ବିଜେପି ଶିବିରରୁ ଆସିଛି ଏକ ବଡ଼ ଖବର । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ଜଣଙ୍କୁ ବିଜେପିରୁ ବହିଷ୍କାର କରାଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ କରିବା କାରଣରୁ ପିପିଲି ନିର୍ବାଚନ ମଣ୍ଡଳୀର ସରୋଜିନୀ ପ୍ରଧାନ (ସମିତି ସଭ୍ୟା) ଓ ସରୋଜ ପ୍ରଧାନଙ୍କୁ ଦଳରୁ ବହିଷ୍କାର କରାଯାଇଛି ।

Get real time updates directly on you device, subscribe now.