fbpx

ଆଉ କିଛି ସମୟ ପରେ ବାହାରିବ ମାଟ୍ରିକ୍ ରେଜଲ୍ଟ,: ଏହି ଲିଙ୍କକୁ ଯାଇ ଦେଖିପାରିବେ ମାର୍କ

AAKASH

ଭୁବନେଶ୍ୱର: ଆଜି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ ।

କଟକ ବଜ୍ରକବାଟି ରୋଡ୍ସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପୂର୍ବାହ୍ଣ ୧୦ଟା ୩୦ରେ ମାଟ୍ରିକ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ ପରେ ଦିନ ୧୧ଟା ୩୦ରେ ବୋର୍ଡ ୱେବ୍ସାଇଟ୍ www.bseodisha.ac.in ରୁ ପରୀକ୍ଷାର୍ଥୀମାନେ ଅନ୍ଲାଇନ୍ରେ ଫଳ ପାଇପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ।

ପରୀକ୍ଷା ଫଳ ଜାଣିବା ଲାଗି ରାଜ୍ୟରେ ସାଢ଼େ ୫ ଲକ୍ଷରୁ ଅଧିକ ମାଟ୍ରିକ୍ ପରୀକ୍ଷାର୍ଥୀ ଚାହିଁ ବସିଛନ୍ତି । ସେହିପରି ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍ସି ) ପରୀକ୍ଷାର୍ଥୀମାନେ ରେଜଲ୍ଟ ଜାଣିବା ଲାଗି ଉତ୍କଣ୍ଠାର ସହ ଅପେକ୍ଷାରେ ରହିଛନ୍ତି । ପରୀକ୍ଷାର୍ଥୀଙ୍କ ସହ ଅଭିଭାବକ, ଶିକ୍ଷକ/ଶିକ୍ଷୟିତ୍ରୀମାନେ ପରୀକ୍ଷା ଫଳକୁ ନେଇ ଆଶାବାଦୀ ରହିଛନ୍ତି। ଚଳିତ ବର୍ଷ ସିବିଏସ୍ଇ ପରୀକ୍ଷା ଫଳ ହାର ୯୩.୬% ହୋଇଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ପରିଚାଳିତ ମାଟ୍ରିକ୍ର ପାସ୍ ହାର ଏଥର ୯୬%ରୁ ଅଧିକ ହୋଇଥିବାର ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ସେହିପରି ଅପରାହ୍ଣ ୩ଟାରେ ଏକାସାଙ୍ଗେ ପ୍ରକାଶ ପାଇବ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ । ଛାତ୍ରଛାତ୍ରୀମାନେ ୱେବ୍ସାଇଟ୍ www.orissaresult.nic.inଦ୍ଭ ରେ ପରୀକ୍ଷା ରୋଲ ନମ୍ବର ଦେଇ ରେଜଲ୍ଟ ଦେଖିପାରିବେ । ଏଥିସହ ଶିକ୍ଷାର୍ଥୀମାନେ ଉଚ୍ଚମାଧ୍ୟମିକ ସ୍କୁଲ ଇ-ସ୍ପେସ୍ ଏବଂ ଡିଜିଲକରରୁ ନିଜର ରେଜଲ୍ଟ ଓ ମାର୍କସିଟ୍ କପି ପାଇପାରିବେ । ସୂଚନାଯୋଗ୍ୟ, ଚଳିତବର୍ଷ ରାଜ୍ୟରେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ । ଏଥିରୁ ୩ ଲକ୍ଷ ୮୨ ହଜାର ୬୦୦ ପିଲା ପରୀକ୍ଷା ଦେଇଛନ୍ତି । ଏହା ସହିତ ଛାତ୍ରମାନେ SMS ମାଧ୍ୟମରେ ଫଳାଫଳ ମଧ୍ୟ ପାଇପାରିବେ |

Get real time updates directly on you device, subscribe now.