fbpx
BSKY SKY
BSKY SKY

ହୃଦଘାତ ପାଇଁ ସଞ୍ଜିବନୀ ‘AED’ ଯନ୍ତ୍ର: ରୋଗୀ ଅଚେତ ହେବାର ୩ ମିନିଟ ମଧ୍ୟରେ ଏହାକୁ ବ୍ୟବହାର କଲେ ରୋଗୀର ଜୀବନ ବଞ୍ଚିଯିବ- କାର୍ଡିଓଲୋଜିଷ୍ଟ ଡାକ୍ତର

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ହୃଦଘାତରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଥିବା ଦେଖାଯାଉଛି । ଚିକିତ୍ସା କ୍ଷେତ୍ରରେ ସାମାନ୍ୟ ବିଳମ୍ବ ଅନେକଙ୍କର ପ୍ରାଣହାନୀର କାରଣ ସାଜିଥାଏ । ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନସିଆରବି) ମୁତାବକ, ୨୦୨୨ରେ ୩୨ ହଜାରରୁ ଅଧିକ ଲୋକ ହୃଦଘାତରେ ପ୍ରାଣ ହରାଇଥିବା ବେଳେ ୨୦୨୧ରେ ମୃତ୍ୟୁ ସଂଖ୍ୟା ୨୮ ହଜାର ଉପରେ ରହିଥିଲା । ପ୍ରତିବର୍ଷ ହୃଦଘାତ ଜତିତ ମୃତ୍ୟୁ ୧୨ ପ୍ରତିଶତ ବୃଦ୍ଧି ପାଉଛି । ତେଣୁ ଏହି ସ୍ଥିତି ଅତ୍ୟନ୍ତ ଉଦବେଗଜନକ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ତେବେ ବିଶେଷଜ୍ଞଙ୍କ ମତରେ, ଠିକ୍ ସମୟରେ ଆଟୋମେଟେଡ୍ ଏକ୍ସଟର୍ନାଲ ଡେଫିବ୍ରିଲେଟର (ଏଇଡି) ଚିକିତ୍ସା କରାଗଲେ ତାହା ରୋଗୀଙ୍କର ଜୀବନକୁ ବଞ୍ଚାଇ ପାରିବ । ‘ଏଇଡି’ ପରି ଏକ ଛୋଟ ବୈଦ୍ୟୁତିକ ଯନ୍ତ୍ର ହୃଦଘାତ ଆକ୍ରାନ୍ତଙ୍କ ହୃଦପିଣ୍ଡକୁ ଆପେଆପେ କ୍ରିୟାଶୀଳ କରିଥାଏ । ତେଣୁ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଏହି ଯନ୍ତ୍ରକୁ ରଖିଲେ ତାହା ରୋଗୀଙ୍କ ପାଇଁ ସଞ୍ଜିବନୀ ସାଜିବ ବୋଲି କୁହାଯାଇଛି । ଏନେଇ ଜଣେ ଡାର୍ଡିଓଲୋଜିଷ୍ଟ ଡାକ୍ତର କହିଛନ୍ତି, ରୋଗୀ ଅଚେତ ହେବାର ୩ ମିନିଟ୍ ମଧ୍ୟରେ ଏଇଡି ବ୍ୟବହାର କରାଗଲେ ତାହା ରୋଗୀର ଜୀବନ ବଞ୍ଚାଇବାର ସମ୍ଭାବନା ରହିଥାଏ । ନଚେତ୍ ରୋଗୀ ବ୍ରେନ୍ ଡେଡ୍ ହେବାର ଆଶଙ୍କା ରହିଥାଏ ।

ସେହିପରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ସିନେମା ହଲ, ରେଳ ଷ୍ଟେସନ, ବସଷ୍ଟାଣ୍ଡ ଓ ଆମ୍ବୁଲାନ୍ସରେ ଏଇଡି ରହିବା ଆବଶ୍ୟକ । ଏହାକୁ କିପରି ପରିଚାଳନା କରାଯିବ ସେନେଇ କର୍ମଚାରୀମାନେ ପ୍ରଶିକ୍ଷଣ ନେବା ଜରୁରୀ ବୋଲି ଡାକ୍ତର କହିଛନ୍ତି । ସେହିପରି ଏଜି ଡିଭିଜନ ସହକାରୀ ଆୟୁକ୍ତ ଏକ ଉଦାହରଣ ଦେଇ କହିଛନ୍ତି, ରାଜ୍ୟର ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କୁ ହସ୍ପିଟାଲ ନିଆଯାଉଥିବା ସମୟରେ ଯଦି ଏଇଡି ଥାଆନ୍ତା ତେବେ ତାଙ୍କର ଜୀବନ ବଞ୍ଚିପାରିଥାନ୍ତା । ହୃଦ ସ୍ପନ୍ଦନ ବନ୍ଦ ହୋଇଗଲେ କିମ୍ବା ସିପିଆର ପ୍ରୟୋଗ ପରେ ବି କୌଣସି ସୁଫଳ ନ ମିଳିଲେ, ତୁରନ୍ତ ଏଇଡି ପ୍ରୟୋଗ କରି ରୋଗୀର ଜୀବନ ବଞ୍ଚାଯାଇ ପାରିବ ।

Get real time updates directly on you device, subscribe now.