fbpx
BSKY SKY
BSKY SKY

(Video) ଚାକରଙ୍କ ଘରେ ନୋଟର ଭଣ୍ଡାର! ଇଡି ଜବତ କଲା ୩୦ କୋଟିର କ୍ୟାଶ

BSKY

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ପର୍ଯ୍ୟାୟରେ ମତଦାନ ଜାରି ରହିଥିବା ବେଳେ ଏହା ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଏକ ଧରଣର ରେଡ୍ କରାଯାଇଛି । ଏହି ରେଡରେ ବିପୁଳ ପରିମାଣର କ୍ୟାଶ ଜବତ କରାଯାଇଥିବା ବେଳେ ସେନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ରେଡରେ ଇଡି ପାଖାପାଖି ୩୦ କୋଟିର କ୍ୟାଶ ଜବତ କରିଥିବା ଅନୁମାନ କରାଯାଉଛି । ଝାଡ଼ଖଣ୍ଡରେ ଏହି ରେଡ୍ କରାଯାଇଥିବା ବେଳେ ଜଣେ ମନ୍ତ୍ରୀଙ୍କର ପିଏସଙ୍କର ଚାକରଙ୍କ ନିକଟରୁ ଏହିସବୁ କ୍ୟାଶ ଜବତ କରାଯାଇଛି ।

ସୂଚନା ମୁତାବକ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ରାଞ୍ଚିର ବିଭିନ୍ନ ସ୍ଥାନରେ ରେଡ୍ କରାଯାଇ ବିପୁଳ ମାତ୍ରାରେ କ୍ୟାଶ ଜବତ କରାଯାଇଥିଲା । ଏହି ଅର୍ଥ ବେଆଇନ ଭାବେ ଅର୍ଜିତ କରାଯାଇଥିବା ନେଇ ଇଡି ଅନୁମାନ କରୁଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ଭ୍ରଷ୍ଟାଚାର ପ୍ରସଙ୍ଗ ଉଠାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ରାଲିର କିଛିଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇ ବିପୁଳ ମାତ୍ରାରେ କ୍ୟାଶ ଜବତ କରାଯାଇଛି । ଝାଡ଼ଖଣ୍ଡର ଗ୍ରାମୀଣ ବିକାଶ ମନ୍ତ୍ରୀ ଆଲମଗୀର ଆଲମଙ୍କ ପିଏସ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକଙ୍କୁ ଠାରୁ ଏହି କ୍ୟାଶ ଜବତ କରାଯାଇଥିଲା ।

ଏତେ ମାତ୍ରାରେ ନୋଟକୁ ଦେଖି ନୋଟ ଗଣତି ମେଶିନ ମଗାଯାଇଥିଲା ଓ ଏବେ ବି ଗଣତି ଜାରି ରହିଥିବା ଜଣାପଡ଼ିଛି । ୧୦ ହଜାର ଟଙ୍କା ଲାଞ୍ଚ ମାମଲାର ଯାଞ୍ଚ ଚାଲିଥିବା ବେଳେ ଉକ୍ତ ଘଟଣାର ସମ୍ପର୍କ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ରହିଥିବା ସନ୍ଦେହ ଦୃଢ଼ୀଭୂତ ହୋଇଥିଲା । ଆଲମଗିରିଙ୍କ ମନ୍ତ୍ରଣାଳୟରେ ଭ୍ରଷ୍ଟାଚାର ଚାଲିଥିବା ବେଳେ ଅର୍ଥ ତାଙ୍କ ଚାକରଙ୍କ ଘରକୁ ଯାଉଥିବା ଜଣାପଡ଼ିଥିଲା । ଏହାପରେ ଇଡି ପକ୍ଷରୁ ଆଲମଗିରଙ୍କ ବ୍ୟକ୍ତିଗତ ସଚିବଙ୍କ ଚାକରଙ୍କ ଘରେ ରେଡ୍ କରାଯାଇଥିଲା । ଏହାପରେ ଜବତ ହୋଇଥିବା ଅର୍ଥ ଦେଖି ଇଡି ଟିମ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲା ।

Get real time updates directly on you device, subscribe now.