fbpx
BSKY SKY
BSKY SKY

ପାନାମା ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜୋସ ରାଉଲ ମୁଲିନୋ ବିଜୟୀ

BSKY

ନୂଆଦିଲ୍ଲୀ: ପାନାମା ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜୋସ ରାଉଲ ମୁଲିନୋ ବିଜୟୀ ହୋଇଛନ୍ତି । ପୂର୍ବତନ ରାଷ୍ଟ୍ରପତି ରିକାର୍ଡୋ ମାର୍ଟିନେଲ୍ଲୀଙ୍କ ସ୍ଥାନରେ ଲଢ଼ି ଶ୍ରୀ ମୁଲିନୋ ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି । ୬୪ ବର୍ଷୀୟ ମୁଲିନୋଙ୍କୁ ପାଖାପାଖି ୩୫ ପ୍ରତିଶତ ଭୋଟ ମିଳିଥିଲା । ଅର୍ଥ ହେରଫେର ମାମଲାରେ ଫାୟାରବ୍ରାଣ୍ଡ ଲିଡର ଶ୍ରୀ ମାର୍ଟିନେଲ୍ଲୀଙ୍କୁ ୧୦ ବର୍ଷର ଜେଲଦଣ୍ଡ ଶୁଣାଣି ହେବା ପରେ ସେ ନିର୍ବାଚନ ଲଢ଼ିବା ନେଇ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏହା ପରେ ଶ୍ରୀ ମାର୍ଟିନେଲ୍ଲୀଙ୍କ ସ୍ଥାନରେ ଶ୍ରୀ ମୁଲିନୋଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଥିଲା । ତେବେ ଏହା ତାଙ୍କ ଜୀବନ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଦିନ ଥିଲା ଓ ପାନାମାର ଦାୟିତ୍ୱ ଏବେ ତାଙ୍କ କାନ୍ଧରେ ରହିଛି ବୋଲି ଶ୍ରୀ ମୁଲିନୋ କହିଛନ୍ତି ।

Get real time updates directly on you device, subscribe now.