fbpx
BSKY SKY
BSKY SKY

ଆଜି ୪ ଘଣ୍ଟା ଶ୍ରୀମନ୍ଦିର ଦର୍ଶନ ବନ୍ଦ

BSKY

ଭୁବନେଶ୍ୱର: ଆଜି ଶ୍ରୀ ମନ୍ଦିରରେ ମହାପ୍ରଭୁ, ବଡଠାକୁର ଏବଂ ମାଆ ସୁଭଦ୍ରାଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ବୈଶାଖ ଶୁକ୍ଳ ତ୍ରୟୋଦଶୀ ତିଥିରେ ଏହି ନୀତିକୁ କରାଯାଇଥାଏ । ଏଥି ଲାଗି ପ୍ରାୟ ୪ ଘଣ୍ଟା ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ବନ୍ଦ କରାଯିବାର ସୂଚନା ରହିଛି । ଏହି ନୀତି ପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ଗୁପ୍ତନୀତିକୁ ଦଇତାପତି ଓ ଅନ୍ୟାନ୍ୟ ସେବାୟତ ମାନଙ୍କ ଦ୍ୱାରା କରାଯାଇଥାଏ । ଏ ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.