fbpx
BSKY SKY
BSKY SKY

ପିଏମ କିଷାନର ୧୧ତମ କିସ୍ତିକୁ ନେଇ ବଡ଼ ଅପେଡଟ, ଏହି ତାରିଖରେ ଆସିବ ୨୦୦୦ ଟଙ୍କା

BSKY

ନୂଆଦିଲ୍ଲୀ: ପିଏମ କିଷାନ ସମ୍ମାନ ନିଧିର ୧୧ ତମ କିସ୍ତିକୁ ନେଇ ଆସିଛି ବଡ଼ ଅପଡେଟ । ବର୍ତ୍ତମାନ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ୧୦ମ କିସ୍ତି ଜାନୁଆରୀ ୧ ରେ ଟ୍ରାନ୍ସଫର ହୋଇସାରିଛି । ଏବେ କୃଷକମାନେ ୧୧ତମ କିସ୍ତିକୁ ଅପେକ୍ଷା କରିଛନ୍ତି ।

ପ୍ରଧାମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ କେନ୍ଦ୍ର ସରକାର ଦେଶର ଚାଷୀମାନଙ୍କ ଆକାଉଣ୍ଟକୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର କରୁଛନ୍ତି । ପ୍ରତି ୪ ମାସରେ ୨୦୦୦ ଟଙ୍କା ଲେଖାଏଁ ଚାଷୀଙ୍କ ଆକାଉଣ୍ଟକୁ ପଠାଯାଉଛି ।

ତେବେ ପିଏମ କିଷାନ ନିଧିର ୧୦ମ କିସ୍ତି ଚଳିତ ବର୍ଷ ଜାନୁଆରୀ ୧ରେ ଆସିଥିଲା । ସେହି ହିସାବରେ ୧୧ତମ କିସ୍ତି ଅପ୍ରେଲର ପ୍ରଥମ ସପ୍ତାହରେ ଆସିବାର ଆଶଙ୍କା ରହିଛି । ଅଧିକ ଜାଣିବା ପାଇଁ ଆପଣ ନିଜ ଖାତାର ଷ୍ଟାଟଟ୍ସ ଚେକ୍ କରିପାରିବେ ।

ଲିଷ୍ଟରେ ନିଜ ନାଁ ଦେଖିବାକୁ ଚାଁହୁଥିଲେ ଏପରି କରନ୍ତୁ ଚେକ୍…

– ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବସାଇଟ https://pmkisan.gov.inକୁ ଯିବାକୁ ପଡିବ ।

– ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Cornerର ଅପସନ୍ ମିଳିବ ।

– Farmers Cornerର ସେକ୍ସନର ଭିତରେ Beneficiaries Listର ଅପସନ୍ ଉପରେ କ୍ଲିକ କରନ୍ତୁ ।

– ଏବେ ଆପଣ ଲିଷ୍ଟରେ ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗାଁକୁ ସିଲେକ୍ଟ କରନ୍ତୁ ।

– ପରେ ଆପଣ Get Report ଉପରେ କ୍ଲିକ କରନ୍ତୁ ।

– ଏହା ପରେ ଆବେଦନ କରିଥିବା କୃଷକଙ୍କ ଲିଷ୍ଟ ସାମ୍ନାକୁ ଆସିବ, ଯେଉଁଥିରେ ଆପଣ ନିଜ ନାଁ ଚେକ୍ କରିପାରିବେ ।

Get real time updates directly on you device, subscribe now.