fbpx

ସିକ୍ରେଟ ଆକାଉଣ୍ଟରେ ‘ଅଶ୍ଲୀଳ ଭିଡ଼ିଓ’ ସେୟାର କରୁଥିଲେ ମହିଳା ପୋଲିସ ଅଫିସର, ଗଲା ଚାକିରି

ନୂଆଦିଲ୍ଲୀ: ଆମେରିକାର କୋଲୋରଡୋର ଜଣେ ମହିଳା ପୋଲିସ ଅଫିସର ଗୋଟିଏ ୱେବସାଇଟରେ ନିଜ ସିକ୍ରେଟ ଆକାଉଣ୍ଟ କାରଣରୁ ଚାକିରିରୁ ବିଦା ହୋଇଛନ୍ତି । କିନ୍ତୁ ମହିଳାଙ୍କ କହିବା ଅନୁସାରେ, ତାଙ୍କ ସହ ଖରାପ ହୋଇଛି । କାହିଁକି ନା ୱେବସାଇଟରେ ଥିବା ଆକାଉଣ୍ଟ ଯୋଗୁଁ ତାଙ୍କ କାମ କରିବା କ୍ଷମତା ଉପରେ କିଛି ପ୍ରଭାବ ପଡ଼ୁନାହିଁ । ସେ ସ୍ୱାମୀଙ୍କ ସହ ନିଜର ଅନ୍ତରଙ୍ଗ ଭିଡ଼ିଓ ଓ ଫଟୋ ସେୟାର କରୁଥିଲେ ।

ଦିନେ ଅଚାନକ୍ ତାଙ୍କ ସାଥୀ ପୋଲିସକର୍ମୀଙ୍କୁ ଏହା ଜଣାପଡିଗଲା । ଏହା ପରେ ଯାହା ହେଲା, ସେଥିରେ ମହିଳା ପୋଲିସ ଅଫିସରଙ୍କୁ ଲଜ୍ଜା ସହିବାକୁ ପଡିଲା । ରିପୋର୍ଟ ମୁତାବକ, ପୋଲିସ ଅଫିସ ଥିବା ୪୬ ବର୍ଷୀୟା ମହିଳା ମେଲିସା ୱିଲିୟମ୍ସ ୨୦୨୦ରେ ସିକ୍ରେଟ ଆକାଉଣ୍ଟ କରିଥିଲେ । ମେଲିସା ଦାବି କରିଛନ୍ତି ଯେ, ତାଙ୍କ ସହଯୋଗୀଙ୍କୁ ଏହା ଜଣାପଡିବାରୁ ଚାକିରି ଛାଡ଼ିବାକୁ ବାଧ୍ୟ କରାଯାଇଥିଲା ।

ତେବେ ମେଲିସାଙ୍କୁ ପୋଲିସ ଚାକିରି ଛାଡ଼ିବାକୁ ୨୨ ଲକ୍ଷ ଟଙ୍କାର ପ୍ୟାକେଜ୍ ଦିଆଯାଇଥିଲା । ମହିଳା ଜଣକ ଗତ ୨୮ ବର୍ଷରୁ ଚାକିରି କରୁଥିଲେ । ମେଲିସା କହିଛନ୍ତି ଯେ, ସହଯୋଗୀ ପୋଲିସକର୍ମୀମାନେ ତାଙ୍କୁ ବହୁତ ଲଜ୍ଜିତ କରିଥିଲେ ଓ ତାଙ୍କ ଫଟୋକୁ ଅଫିସର ଲୋକଙ୍କ ମଧ୍ୟରେ ବାଣ୍ଟିଥିଲେ । ଏହି ଘଟଣା ମେଲିସାଙ୍କ ମେଣ୍ଟାଲା ହେଲ୍ଥକୁ ଅଧିକ ପ୍ରଭାବିତ କରିଥିଲା ।

ମେଲିସାଙ୍କ କହିବା ଅନୁସାରେ, ପୋଲିସ ଚାକିରିରେ ଅଧିକ ପ୍ରେସର ଓ ବିପଦ ରହିଥିଲା । ଅନେକ ବର୍ଷ ପର୍ଯ୍ୟନ୍ତ ସେ ଏହାର ସାମ୍ନା କରିଥିଲେ । ଏପରି ପରିସ୍ଥିତିରେ ଚିନ୍ତା ଓ ଥକ୍କାପଣକୁ ଦୂର କରିବାକୁ ସେ ଆଡଲ୍ଟ ସାଇଟର ସାହାର୍ଯ୍ୟ ନେଇଥିଲେ । କିନ୍ତୁ ଏହି ଘଟଣାକୁ ନେଇ ପୋଲିସ ସହକର୍ମୀମାନେ ଯେଭଳି ଲଜ୍ଜିତ କରିଥିଲେ, ତାଙ୍କୁ ଚାକିରି ଛାଡ଼ି ଆଗକୁ ବଢ଼ିବା ହିଁ ଠିକ୍ ମାର୍ଗ ଲାଗିଲା । ୨ ସନ୍ତାନଙ୍କ ଜନନୀ ମେଲିସା ଏବେ ଏକ ମଡେଲଙ୍କ ଜୀବନ ବିତାଉଛନ୍ତି ଓ ସେ ନିଜ କାମକୁ ନେଇ ବହୁତ ଖୁସି ଅଛନ୍ତି । ମଡେଲ ଭାବେ ସେ ପ୍ରତି ମାସରେ ୨ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ।

Get real time updates directly on you device, subscribe now.