fbpx

ଦେଶରେ ବଢ଼ିଲା ମୃତ୍ୟୁସଂଖ୍ୟା: ଦିନକରେ ୨ ଲକ୍ଷ ୩୫ ହଜାର ୫୩୨ କୋରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୩୫ ହଜାର ୫୩୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ୧୩.୩୯% ରହିଛି । ସେହିପରି ଦେଶରେ କରୋନା ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟାରେ ୮୭୧ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୩ ହଜାର ୧୯୮କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ସୁସ୍ଥ ହେଲେଣି ୩ କୋଟି ୮୩ଲକ୍ଷ ୬୦ ହଜାର ୯୧୦ ଜଣ ଆକ୍ରାନ୍ତ । ଦେଶରେ ସକ୍ରିୟ ମାମଲା ୨୨,୦୪,୩୩୩ ରହିଛି । ଏହା ସହ ଦେଶରେ ୧୬୫ କୋଟି ୪ ଲକ୍ଷ ୮୭ ହଜାର ୨୬୦ ଲୋକ ଟିକା ନେଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.