ଯୁବତୀଙ୍କୁ ଇଞ୍ଜିନିୟରଙ୍କ ଦୁର୍ବ୍ୟବହାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାରିପଦାରେ ଜଣେ ଯୁବତୀଙ୍କୁ ଜଣେ ଇଞ୍ଜିନିୟର ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ଆସିଛି । ବାରିପଦା ଜୁବିଲି ପାର୍କରେ ଯୁବତୀଙ୍କୁ ମ୍ୟୁନିସିପାଲିଟି ଇଞ୍ଜିନିୟର ଏପରି ହରକତ କରିଥିବା ଅଭିଯୋଗ ହୋଇଛି । ଟିକେଟ କାଉଣ୍ଟରରେ କାର୍ଯ୍ୟ କରୁଥିବା ଜଣେ ଯୁବତୀଙ୍କୁ ସଚ୍ଚିଦାନନ୍ଦ ଶତପଥୀ ନାମକ ଜଣେ ଇଞ୍ଜିନିୟର ଦୁର୍ବ୍ୟବହାର କରିଥିଲେ । ଏନେଇ ପୀଡ଼ିତ ଯୁବତୀ ଜଣଙ୍କ ଉକ୍ତ ଇଞ୍ଜିନିୟରଙ୍କ ନାମରେ ବାରିପଦା ଥାନାରେ ଏତଲା ଦାୟର କରିଛନ୍ତି । ତେବେ ଅପରପକ୍ଷେ ଯୁବତୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଇଞ୍ଜିନିୟର ସଚ୍ଚିଦାନନ୍ଦ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯାତନା ସହ ବିଭିନ୍ନ ଅପରାଧୀକ କାର୍ଯ୍ୟାକଳାପ ବଢ଼ିବାରେ ଲାଗିଛି । ଅନେକ କ୍ଷେତ୍ରରେ ମିଥ୍ୟା ମାମଲାରେ ମଧ୍ୟ କିଛି ଲୋକ ଶିକାର ହେଉଥିବା ଦେଖାଯାଉଛି । ତେଣୁ ପୋଲିସ ଏହି ମାମଲାର ସଠିକ୍ ଭାବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।