fbpx

୮ ବର୍ଷର ପୁଅକୁ ଧରି ଶ୍ୱଶୁର ଘର ସାମ୍ନାରେ ମହିଳାଙ୍କ ଧାରଣା: କୋର୍ଟ ଆଦେଶ ପରେ ବି କର୍ଣ୍ଣପାତ କରୁନି ପୋଲିସ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହକ୍ ପାଇଁ ଲଢେଇ କରୁଥିବା ବ୍ରହ୍ମପୁରର ତପସ୍ୱିନୀ ଦାସଙ୍କୁ ସମଗ୍ର ଓଡ଼ିଶା ସମର୍ଥନ କରିଥିଲା । ଦୀର୍ଘ ୪୭ ଦିନ ର ଲଢେଇ ପରେ ତପସ୍ୱିନୀ ନିଜ ଶାଶୁ ଘରକୁ ପ୍ରବେଶ ମଧ୍ୟ କରିଥିଲେ । ତେବେ ସମାନ ଢଙ୍ଗର ଆଉ ଏକ ମାମଲା ସାମ୍ନାକୁ ଆସିଛି । ନିଜ ୮ ବର୍ଷର ଶିଶୁକୁ ଧରି ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି ଜଣେ ମହିଳା । ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ନାବରା ଗାଁର ହରିପଦ ଦେଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି ସ୍ତ୍ରୀ ଶୁଭସ୍ମିତା । ସାଥୀରେ ରହିଛି ୮ ବର୍ଷର ପୁଅ । ଶୀତ କାକରକୁ ଖାତିର ନକରି ପ୍ରଶାସନ ନିକଟରୁ ନ୍ୟାୟ ଅପେକ୍ଷାରେ ଜରି ପାଲ ତଳେ ବସି ରହିଛନ୍ତି ଶୁଭସ୍ମିତା ।

୨୦୧୨ ମସିହାରେ ଶୁଭସ୍ମିତା ଓ ହରିପଦଙ୍କ ପ୍ରେମ ବିବାହ ହୋଇଥିଲା । ବିବାହର କିଛି ବର୍ଷ ପରେ ଯୌତୁକ ଦାବି କରି ଶାରୀରିକ ଓ ମାନସିକ ନିର୍ଯାତନା ଦିଆ କରାଯାଇଥିଲା । ୨୦୧୫ରେ ଶୁଭସ୍ମିତା ବାଲେଶ୍ୱର ପରିବାର ଅଦାଲତରେ ହାଜର ହୋଇଥିଲେ । ଏହାପରେ କୋର୍ଟ ଶୁଭସ୍ମିତା ଓ ପୁଅର ଭରଣପୋଷଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ କୌଣସି ଭରଣପୋଷଣ ମିଳୁନଥିବାରୁ ସେ ଧାରଣାରେ ବସି ରହିଛନ୍ତି । ପୂର୍ବରୁ ସେପ୍ଟେମ୍ବର ମାସରେ ମଧ୍ୟ ସେ ଧାରଣାରେ ବସିଥିଲେ । ତେବେ ପୋଲିସ ତାଙ୍କୁ ଉଠାଇ ନେଇଥିଲା । ବର୍ତ୍ତମାନ ଶୀତ କାକରରେ ଶୁଭସ୍ମିତାଙ୍କ ଧାରଣା ୫ମ ଦିନରେ ପହଞ୍ଚିଛି । ତେବେ ଜିଲ୍ଲା ପ୍ରଶାସନ ଓ ପୋଲିସର ନୀରବତା ଆଲୋଡନ ସୃଷ୍ଟି କରିଛି । ଦେଖନ୍ତୁ ଭିଡିଓ………

Get real time updates directly on you device, subscribe now.