fbpx

ନାଜାଲ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ: ଭାରତ ବାୟୋଟେକକୁ ମିଳିଲା DCGI ମଞ୍ଜୁରୀ [Video]

ନୂଆଦିଲ୍ଳୀ: ନାଜାଲ କୋଭିଡ଼ ଭ୍ୟାକସିନକୁ ମିଳିଲା ଅନୁମତି । ଏବେ ଟ୍ରାଏଲ ହେବ ନାଜାଲ ଭ୍ୟାକସିନ । ଏଥିପାଇଁ ଭାରତ ବାୟୋଟେକକୁ ଅନୁମତି ଦିଆଯାଇଛି । ଫେଜ ଥ୍ରୀ ର କ୍ଳିନିକାଲ ଟ୍ରାଏଲ ପାଇଁ ଡ଼ିସିଜିଆଇର ବିଶେଷଜ୍ଞ କମିଟି ଏବେ ଏହି ଅନୁମତି ଦେଇଛନ୍ତି । ତେବେ ଭାରତରେ ବୁଷ୍ଟର ଡ଼ୋଜକୁ ପ୍ରାଧାନ୍ୟ ଦିଆ ଯାଉଥିବା ବେଳେ ଏବେ କରୋନା ସଂକ୍ରମଣ ବିରୋଧରେ ନାଜାଲ ଭ୍ୟାକସିନ କାମ କରିବ ବୋଲି ଆଶା କରାଯାଉଛି । ଏହି ଟିକା ଶରୀରରେ ସଂକ୍ରମଣ ହୋଇଥିବା ସ୍ଥାନରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବ ବୋଲି ଭାରତ ବାୟୋଟେକ କମ୍ପାନୀ ପକ୍ଷରୁ କୁହାଯାଇଛି । କୋଭାକ୍ସିନର ଦୁଇଟି ଡ଼ୋଜ ନେଇଥିବା ଲୋକମାନେ ନାଜାଲ ଭାକସିନର ଏହି ବୁଷ୍ଟର ଡ଼ୋଜ ଗ୍ରହଣ କରିପାରିବେ ବୋଲି ମଧ୍ୟ କୁହାଯାଇଛି ।

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ଜେନେରାଲ କହିଛନ୍ତି ଯେ ଦେଶର ପ୍ରାୟ ୯ଟି ସ୍ଥାନରେ ଏହି ନାଜାଲ ଭ୍ୟାକସିନର ଥାର୍ଡ଼ ଫ୍ରେଜ ଟ୍ରାଏଲ୍ କରାଯିବ। ଭାରତ ବାୟୋଟେକ୍ ଏହି ପରୀକ୍ଷଣ କରିବ । ନାଜାଲ ଭାକସିନ୍ ପ୍ରଚଳିତ ହେବା ପରେ ମାସ୍ ଭ୍ୟାକସିନେସନକୁ ଗୁରୁତ୍ୱ ଦିଆଯିବ ଏବଂ ଏହି ଟିକା ପ୍ରଥମ ନାଜାଲ୍ ଟିକା, ଯାହାର ତୃତୀୟ ପର୍ୟ୍ୟାୟର ପରୀକ୍ଷଣ ପାଇଁ ମଞ୍ଜୁରୀ ମିଳିଛି ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.