fbpx

ପ୍ରେମିକା ସହିତ ଲାଇଭ୍ କଲ କରୁଥିଲା: ଅଧାରେ ଝୁଲିପଡିଲା ପ୍ରେମିକ, ଦେଖନ୍ତୁ ଛାତିଥରା ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରେମିକା ସହିତ କରୁଥିଲା ଲାଇଭ କଲ୍ । ହେଲେ କଲ୍ ମଝିରେ କଲା ଆତ୍ମହତ୍ୟା । ହତଭମ୍ବ ରହିଗଲା ପ୍ରେମିକା । ପୁରୀ ଜିଲ୍ଲାର କାକଟପୁର ଅଞ୍ଚଳରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି । କାକଟପୁରର ଚନ୍ଦନ ବଜାରରେ ରହିଥିବା ଏକ ଲୁଗା ଦୋକାନରେ କାମ କରୁଥିବା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।

ଯୁବକ ଜଣଙ୍କ ଘର ପ୍ରତେୟ ଜେନା । ଘର ଜଗତସିଂହପୁର ଅଞ୍ଚଳରେ ହୋଇଥିବା ବେଳେ ସେ ଲୁଗା ଦୋକାନରେ ସେଲ୍ସମ୍ୟାନ ଭାବରେ କାମ କରନ୍ତି । ତେବେ ଆତ୍ମହତ୍ୟା ପୂର୍ବରୁ ପ୍ରେମିକାଙ୍କୁ କାହିଁକି ଭିଡିଓ କଲ କରିଥିଲେ ତାହା ଜଣା ପଡିନାହିଁ । ଭିଡିଓ କଲରେ ନିଆଯାଇଥିବା ସ୍କ୍ରିନଶଟ୍ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି । କାକଟପୁର ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମାମଲାର ତଦନ୍ତ କରାଯାଉଛି । ଦେଖନ୍ତୁ ଭିଡିଓ…..

Get real time updates directly on you device, subscribe now.