fbpx

ଚରିତ୍ରକୁ ସନ୍ଦେହ କଲା ଦ୍ୱିତୀୟ ସ୍ୱାମୀ: ସତୀତ୍ୱ ପ୍ରମାଣ ପାଇଁ ଝିଅକୁ ଜାଳିଦେଲା ମା’

ନୂଆଦିଲ୍ଲୀ: ମା’ ସାଜିଲା ପିଶାଚୀ । ଦ୍ୱିତୀୟ ସ୍ୱାମୀର ସନ୍ଦେହ ଦୂର କରିବାକୁ ଯାଇ ରାକ୍ଷସୀ ସାଜିଲା ମା’ । ନିଜ ୧୦ ବର୍ଷର ଝିଅକୁ ଜାଳି ଦେବାକୁ ପଛାଇଲାନି ମା’ । ନିଜର ସତୀତ୍ୱ ପ୍ରମାଣିତ କରିବା ପାଇଁ ପଞ୍ଚମ ଶ୍ରେଣୀରେ ପଢୁଥିବା ଝିଅକୁ ମା’ ଜାଳି ଦେଇଥିବା ବେଳେ ବର୍ତ୍ତମାନ ଉଭୟ ସ୍ୱାମୀ-ସ୍ତ୍ରୀ ପୋଲିସ କବଜାରେ ଅଛନ୍ତି । ରବିବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଝିଅଟି ଶରୀରର ୭୫ ପ୍ରତିଶତ ଅଙ୍ଗ ପୋଡି ଯାଇଥିଲା । ଏହି ଘଟଣାରେ ପୋଲିସ୍ ସ୍ୱାମୀ ପଦ୍ମନାଭନ ଏବଂ ସ୍ତ୍ରୀ ଜୟଲକ୍ଷ୍ମୀଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ ଜୟଲକ୍ଷ୍ମୀ ପ୍ରଥମେ ପଲଭନ୍ନନଙ୍କୁ ବିବାହ କରିଥିଲେ । ୧୯ ବର୍ଷ ବୟସରେ ବିବାହ କରିଥିବା ଜୟଲକ୍ଷ୍ମୀଙ୍କର ପ୍ରଥମ ସ୍ୱାମୀ ଠାରୁ ଦୁଇଟି ସନ୍ତାନ ରହିଥିଲେ । ବଡ ଝିଅ ନିଜ ଜେଜେ ମାଙ୍କ ସହିତ ତୁତିକୋରିନରେ ରହୁଥିବା ବେଳେ ସାନ ଝିଅ ମା’ ସହିତ ରହୁଥିଲେ । ପଦ୍ମନାଭନଙ୍କୁ ଦ୍ୱିତୀୟ ବିବାହ କରିଥିବା ବେଳେ ଉଭୟଙ୍କ ମଧ୍ୟରେ ସର୍ବଦା ଝଗଡା ଲାଗି ରହୁଥିଲା । ମଦ ପିଇ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରିଥିଲେ । ଏହା ସହିତ ଯଦି ସେ ସତୀ ହୋଇଥିବେ ତା ହେଲେ ତାଙ୍କ ଝିଅ ଜଳିବ ନାହିଁ ବୋଲି ମଧ୍ୟ କହିଥିଲେ । ଏହାପରେ ନିଜ ଝିଅକୁ ନିଆଁ ଲଗାଇ ଦେଇଥିଲେ ଜୟଲକ୍ଷ୍ମୀ । ୭୫ ପ୍ରତିଶତ ଶରୀର ପୋଡି ଯାଇଥିବା ବେଳେ ସୋମବାର ଝିଅଟି ପ୍ରାଣ ହରାଇଥିଲା ।

Get real time updates directly on you device, subscribe now.