fbpx

ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ: SEC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୌରାଞ୍ଚଳ ପାଇଁ ପ୍ରସ୍ତୁତ ହୋଇଛି ଭୋଟର ତାଲିକା । ପୌରାଞ୍ଚଳ ପାଇଁ ଭୋଟର ତାଲିକା ସମ୍ପର୍କରେ ସୂଚନା ଦେଇଛନ୍ତି ଏସିଇସି ବା ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦଚ ପାଢ଼ୀ । ତାଙ୍କ କହିବା ମୁତାବକ, ଫେବ୍ରୁଆରୀ ୧୦ରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ । ଦାବି ଓ ଆପତ୍ତି ଅଭିଯୋଗ ପାଇଁ ୬ ଦିନ ସମୟ ଦିଆଯିବ । ଫେବ୍ରୁଆରୀ ୧୧ରୁ ୧୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଅଭିଯୋଗ ଦାଖଲ ହେବ । ଫେବ୍ରୁଆରୀ ୨୪ରେ ଆସିବ ଚୂଡ଼ାନ୍ତ ତାଲିକା ।

ଏହା ସହ ୨୮ ତାରିଖରେ ଇସିଙ୍କୁ ତାଲିକା ପ୍ରଦାନ କରାଯିବ । ଫେବ୍ରୁଆରୀ ୨୮ ତାରିଖ ସୁଦ୍ଧା ଭୋଟର ତାଲିକା ପ୍ରକାଶ କାର୍ଯ୍ୟ ସରିବ । ୪୮ ଏନଏସି, ୫୯ ମ୍ୟୁନିସିପାଲଟି ଓ ୩ ମହାନଗର ପାଇଁ ତାଲିକା ପ୍ରକାଶ ପାଇବ ।

ତେବେ ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ ଆଜି ପ୍ରକାଶ ପାଇଛି ସଂରକ୍ଷଣ ତାଲିକା । କାଉନସିଲରଙ୍କ ନିମନ୍ତେ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି ସରକାର । ମୋଟ ୧୭୫୬ ୱାର୍ଡରୁ ୬୬୮ ଅଣସଂରକ୍ଷିତ ନେଇ ଘୋଷଣା କରାଯାଇଛି । ଏସସିଙ୍କ ପାଇଁ ୧୨୨, ଏସସି ମହିଳାଙ୍କ ପାଇଁ ୧୭୧ ୱାର୍ଡ ସଂରକ୍ଷିତ ରଖାଯାଇଛି । ସେହିପରି ଏସଟିଙ୍କ ପାଇଁ ୪୯ ଓ ଏସଟି ମହିଳାଙ୍କ ପାଇଁ ୧୩୩ ୱାର୍ଡ ସଂରକ୍ଷିତ ରଖାଯାଇଛି । ମହିଳାମାନଙ୍କ ପାଇଁ ୬୧୩ ୱାର୍ଡ ସଂରକ୍ଷିତ ରହିଥିବା ଘୋଷଣା କରାଯାଇଛି । ତେବେ ଏହା ପୂର୍ବରୁ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ପ୍ରକାଶ କରିଥିଲେ ସରକାର ।

Get real time updates directly on you device, subscribe now.