fbpx

ରାଜା ସାହେବ ଉଦୟ ନାରାୟଣ ଦେବଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବତନ ବିଧାୟକ ତଥା ଗଞ୍ଜାମ ସାନଖେମୁଣ୍ଡି ରାଜା ସାହେବ ଉଦୟ ନାରାୟଣ ଦେବଙ୍କ ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସେ ମୋହନା ନିର୍ବାଚନ ମଣ୍ଡଳରୁ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଶ୍ୱବିଖ୍ୟାତ ବିହଙ୍ଗ ବିଜ୍ଞାନୀ ଭାବେ ରାଜା ସାହେବଙ୍କର ସୁଖ୍ୟାତି ରହିଛି ।

୧୯୭୪-୧୯୭୭ ଯାଏ ଉତ୍କଳ କଂଗ୍ରେସ ଟିକେଟ୍‌ରେ ବିଧାୟକ ଥିଲେ । ୧୯୭୭ରେ ଲୋକ ଦଳରୁ ବିଧାୟକ ନିର୍ବାଚିତ ହୋଇଥିଲେ । ପରେ ୧୯୮୦ରେ ଜନତା ପାର୍ଟି (ସେକ୍ୟୁଲାର) ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଉଦୟ ନାରାୟଣ ଦେବ । ତାଙ୍କ ବିୟୋଗରେ ରୈଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.