ନୂଆଦିଲ୍ଲୀ: ଫେସବୁକ୍ ର ପ୍ୟାରେଣ୍ଟ୍ କମ୍ପାନୀ ମେଟା ବୁଧବାର ଦିନ ସୂଚନା ଦେଇଛି ଯେ, ଆପଲ୍ ର ପ୍ରାଇଭେସୀ ଚେଞ୍ଜ କାରଣରୁ କମ୍ପାନୀକୁ ଅନେକ କ୍ଷତି ସହିବାକୁ ପଡ଼ିବ । ସୋସିଆଲ୍ ମିଡିଆରେ କମ୍ପାନୀ କହିଛି ଯେ, ଆଇଓଏସ୍ ରେ ହୋଇଥିବା ପ୍ରାଇଭେସୀ ଚେଞ୍ଜ କାରଣରୁ ମେଟା କମ୍ପାନୀକୁ ପାଖାପାଖି ୧୦ ଅରବ୍ ଡଲାର୍ କ୍ଷତି ସହିବାକୁ ହେବ । ମେଟାର ସିଏଫଓ ଡେଭ୍ ୱେନେର୍ କହିଛନ୍ତି ଯେ, ୨୦୨୨ରେ ଆମ ବ୍ୟବସାୟ ଉପରେ ଆଇଓଏସ୍ ର ଓଭର୍ ଅଲ୍ ପ୍ରଭାବ ପ୍ରତିକୁଳ ହେବ ।
ସେ କହିଛନ୍ତି, କ୍ଷତିର ଆନୁମାନିକ ମୂଲ୍ୟ ୧୦ ଅବର୍ ଡଲାର୍ । ତେଣୁ ଆମ ବ୍ୟବସାୟ ଉପରେ ପ୍ରତିକୁଳ ପ୍ରଭାବ ପଡ଼ିବ । ଏହି ସୂଚନା ଦେବା ପରେ ମେଟା ର ଶେୟାର୍ ୨୩ ପ୍ରତିଶତ ଖସିଯାଇଛି । ଫେସବୁକ୍ ର କହିବା କଥା ଯେ, ପ୍ରଥମ ତ୍ରଇମାସରେ ତାଙ୍କର ଆୟ ୨୭ ଅବର୍ ଡଲାର୍ ହେବ, ହେଲେ ଅନ୍ୟପଟେ ଆନାଲିଷ୍ଟ୍ ୩୦ ଅରବ୍ ଡଲାର୍ ଅନୁମାନ କରୁଛନ୍ତି ।
ତେବେ ଆପଲ୍ ର ନୂତନ ପ୍ରାଇଭେସୀ ଚେଞ୍ଜ ହେଉଛି ଆପ୍ ଟ୍ରାକିଂ ଟ୍ରାନ୍ସପରେନ୍ସି ଫିଚର୍ । କାରଣ ଏହାର ପ୍ରଭାବ ବିଜ୍ଞାପନ ଇଣ୍ଡଷ୍ଟ୍ରି ଉପରେ ପଡ଼ିଛି । ଏହି ଫିଚର୍ ଆପଲ୍ ୟୁଜର୍ସଙ୍କୁ ସେମାନଙ୍କ ଡାଟା ଉପରେ ଅଧିକ ନିୟନ୍ତ୍ରଣ ଦେଉଛି । ତେବେ ଏହି ଫିଚର୍ ପ୍ରଥମେ ଆଇଓଏସ୍ ୧୪.୫ରେ ଦିଆଯାଇଥିଲା । ଯାହା ଗତବର୍ଷ ଲଞ୍ଚ୍ ହୋଇଥିଲା । ଏହି ଫିଚର୍ ଆଇଓଏସ୍ ୧୫ରେ ମଧ୍ୟ ମିଳିଥାଏ ।
ଏହି ଆପ୍ ଟ୍ରାକିଂ ଟ୍ରାନ୍ସପରେନ୍ସି ଫିଚର୍ ରେ ଆଇଫୋନ୍ ୟୁଜର୍ସଙ୍କୁ ଆପ୍ ଓପେନ୍ କରିବା ପରେ ଏକ ପପ୍ ଅପ୍ ଆସିଥାଏ । ଏହି ପପ୍ ପ୍ ୟୁଜର୍ସଙ୍କୁ ଦୁଇଟି ଅପସନ୍ ଦେଇଥାଏ । ଗୋଟିଏ ହେଲା କଣ ଆପଣ ଆପ୍ କୁ ଟ୍ରାକ୍ କରିବାକୁ ଚାହୁଁଛନ୍ତି? ନା ନାହିଁ? ଏହା ଅନଲାଇନ୍ ବିଜ୍ଞାପନ ପାଇଁ କରାଯାଇଥାଏ । ଏହି ଫିଚର୍ କୁ ବିଜ୍ଞାପନ କମ୍ପାନୀ ମାନେ ବିରୋଧ ବି କରିଥିଲେ ।