fbpx

ପଞ୍ଜାବ ବିଧାନସଭା ନିର୍ବାଚନ: ନବଜୋତ ସିଂହ ସିଦ୍ଧୁଙ୍କୁ ଲାଗିବ ଝଟକା ? ସର୍ଭେରେ ଚନ୍ନି ଆଗରେ

ନୂଆଦିଲ୍ଲୀ: ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇପାରେ। ପାର୍ଟି ସର୍ଭେରେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଦୌଡରେ ଆଗରେ ଅଛନ୍ତି ଚନ୍ନି। ପାର୍ଟି ସର୍ଭେ ଜରିଆରେ ପ୍ରାର୍ଥୀ, କାର‌୍ୟ୍ୟକର୍ତ୍ତା, ସାଂସଦ ଏବଂ ବିଧାୟକଙ୍କ ରାୟ ଜାଣିବାକୁ ଚେଷ୍ଟା କରିଥିଲା। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦୌଡରେ ନବଜୋତ ସିଂହ ସିଦ୍ଧୁ ମଧ୍ୟ ରହିଛନ୍ତି।

ପାର୍ଟି ସୂତ୍ର ଅନୁଯାୟୀ, ପାର୍ଟି ପକ୍ଷରୁ ଜନତାଙ୍କ ରାୟ ଜାଣିବା ପାଇଁ ଫୋନ ମଧ୍ୟ କରାଯାଇଛି। ଲୋକଙ୍କ ମତାମତ ଲୋଡା ଯାଉଛି। ପାର୍ଟି ଆଗାମୀ କିଛି ଦିନରେ ପାର୍ଟି ୧.୫ କୋଟି ଲୋକଙ୍କୁ ଫୋନ କରିବାକୁ ଲକ୍ଷ୍ୟ ରଖିଛି। ପାର୍ଟି ସଂଯୋଜକ ବ୍ଲକ ସଭାପତି, ଜିଲ୍ଲା ସଭାପତି ଏବଂ ପ୍ରାର୍ଥୀଙ୍କ ପର୍ଯ୍ୟନ୍ତ ପହଞ୍ଚି ସ୍ଥିତି ପରଖୁଛନ୍ତି। ରାଜ୍ୟସଭା ଏବଂ ଲୋକସଭା ସାଂସଦଙ୍କୁ ମଧ୍ୟ ଯୋଗାଯୋଗ କରାଯାଇ ସେମାନଙ୍କର ରାୟ ଜାଣିବାକୁ ଚେଷ୍ଟା କରାଯାଉଛି ଯେ, ସେମାନେ କାହାକୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଚାହାନ୍ତି। ପାର୍ଟି ନବଜୋତ ସିଂହ ସିଦ୍ଧୁ ଏବଂ ଚରଣଜିତ ସିଂହ ଚନ୍ନିଙ୍କୁ ନେଇ ଜନତାଙ୍କ ରାୟ ଜାଣିବାକୁ ଚେଷ୍ଟା କରୁଛି।

କଂଗ୍ରେସର ବରିଷ୍ଠ ସଦସ୍ୟ କହିଛନ୍ତି, ପାର୍ଟି ଏତେ ସବୁ ପଦକ୍ଷେପ ଏଥିପାଇଁ ନେଉଛି କାରଣ ଯେଉଁ ନିଷ୍ପତ୍ତି ନିଆଯିବ ସେଥିରେ ପାରଦର୍ଶିତା ରହୁ। ରାହୁଲ ଗାନ୍ଧୀଙ୍କ ସାମ୍ନାରେ ଚନ୍ନି ଏବଂ ସିଦ୍ଧୁ ସ୍ଵୀକାର କରିଥିଲେ ଯେ, ସେମାନେ ସର୍ଭେର ପରିଣାମ ମାନିବାକୁ ପ୍ରସ୍ତୁତ। ସୂତ୍ର ଅନୁଯାୟୀ ପ୍ରାରମ୍ଭିକ ସର୍ଭେରେ ଚନ୍ନି ଆଗରେ ଅଛନ୍ତି। କିନ୍ତୁ ପାର୍ଟି ନିଷ୍ପତ୍ତି ନେବାକୁ ଆହୁରି ସମୟ ଯାଉଛି।

Get real time updates directly on you device, subscribe now.