fbpx

ମାତ୍ର ୪ଟି ବଲ୍ ଖେଳି ସମସ୍ତଙ୍କ ହୃଦୟ ଜିତି ନେଲେ: ୧୪ ଛକା ମାରି ଟିମରେ ସାମିଲ ହୋଇଥିଲେ

ନୂଆଦିଲ୍ଲୀ: ଚଳିତ ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଭାରତ । ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ଅଧିନାୟକ ୟଶ ଧୁଲ ଶତକ ହାସଲ କରିଥିଲେ । କୋହଲି ଏବଂ ଉନ୍ମୁକ୍ତ ଚାନ୍ଦଙ୍କ ପରେ ତୃତୀୟ ଭାରତୀୟ ଭାବରେ ୟଶ ଏହି ଗୌରବ ହାସଲ କରିଛନ୍ତି । ଏହି ମ୍ୟାଚରେ ମାତ୍ର ୪ଟି ବଲ ଖେଳିବାର ସୁଯୋଗ ପାଇଥିବା ୱିକେଟ କିପର ଦୀନେଶ ବାନା କିନ୍ତୁ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି । ବାନା ମାତ୍ର ୪ଟି ବଲ ଖେଳିଥିବା ବେଳେ ଦୁଇଟି ଲେଖାଏଁ ଛକା ଓ ଚୌକା ସହିତ ୨୦ ରନ ସଂଗ୍ରହ କରିଥିଲେ ।

ଅଷ୍ଟ୍ରେଲିଆକୁ ୯୬ ରନରେ ପରାସ୍ତ କରିଥିବା ଭାରତୀୟ ଦଳ ପକ୍ଷରୁ ୟଶ ଧୁଲ ୧୧୦ ରନ କରିଥିବା ବେଳେ ଶେକ ରଶିଦ୍ ୯୪ ରନ କରିଥିଲେ । ବାନା ୨୦ ରନ କରିଥିଲେ ହେଁ ମାତ୍ର ୪ଟି ବଲ ଖେଳିଥିଲେ । ଏହି ଇନିଂସ ପରେ ବାନାଙ୍କ କୋଚ ରଣବୀର ଜାଖର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଜାଖର କହିଛନ୍ତି ବାନା ଦୈନିକ ୯ ଘଣ୍ଟା କ୍ରିକେଟ ଅଭ୍ୟାସ କରିଥାନ୍ତି । ଏହାର ଫଳାଫଳ ବର୍ତ୍ତମାନ ଦେଖିବାକୁ ମିଳୁଛି । ନଭେମ୍ବରରେ ଅନୁଷ୍ଠିତ ଚ୍ୟାଲେଞ୍ଜର ଟ୍ରଫିରେ ବାନା ୧୭୦ ରନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ୯୮ ବଲ ଖେଳିଥିବା ବାନା ୧୦ଟି ଚୌକା ଓ ୧୪ଟି ଛକା ମାରିଥିଲେ । ଏହି ଇନିଂସ ପରେ ଚୟନକକର୍ତ୍ତା ମାନେ ବାନାଙ୍କୁ ଦଳରେ ସାମିଲ କରିଥିଲେ ।

Get real time updates directly on you device, subscribe now.