fbpx

ସ୍କୁଲ ଖୋଲିବା ନେଇ ନୂଆ SOP ଜାରି କଲେ କେନ୍ଦ୍ର ସରକାର: ଅଭିଭାବକଙ୍କ ଅନୁମତି ଲୋଡ଼ା କି ନାହିଁ ରାଜ୍ୟ ସ୍ଥିର କରିବ

ନୂଆଦିଲ୍ଲୀ: ସ୍କୁଲ ଖୋଲିବା ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡ଼ା କି ନାହିଁ ସେ ନିଷ୍ପତ୍ତି ରାଜ୍ୟ ସ୍ଥିର କରିବ । ସାମାଜିକ ଦୂରତ୍ୱ ନକହି ଶାରୀରିକ ଦୂରତ୍ୱ କୁହାଯିବ । ଶାରୀରିକ ଦୂରତ୍ୱ ବଜାୟ ପାଇଁ ସ୍କୁଲ ପରିସରରେ ମାର୍କିିଂ କରାଯିବ । ସ୍କୁଲରେ କ୍ରୀଡ଼ା ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ସଂପର୍କରେ ରାଜ୍ୟ ସ୍ଥିର କରିବ । ବହୁବିଧ ରୋଗାକ୍ରାନ୍ତ ଥିବା ଛାତ୍ରଛାତ୍ରୀଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । କଣ୍ଟେନମେଣ୍ଟ ଜୋନରେ ରହୁଥିବା ସ୍କୁଲ୍ ବସ୍ ଡ୍ରାଇଭରଙ୍କୁ ଆସିବା ମନା । ଏବେ ୧୧ ଟି ରାଜ୍ୟରେ ପୂର୍ଣ୍ଣ କ୍ଷମତାରେ ସ୍କୁଳ ଖୋଲିଥିବା କହିଲା କେନ୍ଦ୍ର । ୧୬ ଟି ରାଜ୍ୟରେ କେବଳ ବଡ଼ କ୍ଲାସ ପିଲାଙ୍କ ପାଇଁ ସ୍କୁଲ ଖୋଲାଯାଇଛି । ବାକି ୯ଟି ରାଜ୍ୟରେ ସ୍କୁଲ ଆଦୌ ଖୋଲାଯାଇ ନାହିଁ । ଟିକାକରଣ ତ୍ୱରାନ୍ୱିତ ସହ କୋଭିଡ଼ ଗାଇଡଲାଇନ ମାନି ଖୋଲାଯାଇ ପାରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନରେ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ମହାମାରୀର ତୃତୀୟ ଲହର ଯୋଗୁଁ ଅନେକ ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ବନ୍ଦ ରଖାଯାଇଛି । ତେବେ ଅନେକ ରାଜ୍ୟରେ ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହେବା ପରେ ସ୍କୁଲ ମଧ୍ୟ ଖୋଲାଯାଇଛି ।

Get real time updates directly on you device, subscribe now.