fbpx

ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଉଛି ‘ପ୍ରଫୁଲ ଯୋଜନା’

ବିଶ୍ୱ ଦିବ୍ୟାଙ୍ଗ ଦିବସ ଅବସରରେ ସ୍ୱତନ୍ତ୍ର ଉପସ୍ଥାପନା

ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ମେ’ ମାସ ୫ ତାରିଖରେ ଆସିଥିବା ସାମୁଦ୍ରିକ ଝଡ ଫନୀ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଫନୀ କ୍ଷତିଗ୍ରସ୍ତ ଭିନ୍ନକ୍ଷମମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା ଯୋଗାଇଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସ୍ୱାବଲମ୍ବନଶୀଳ କରିବ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ କରାଯାଇଛି ‘ପ୍ରଫୁଲ ଯୋଜନା’ । ୨୨ ହଜାରରୁ ଉର୍ଦ୍ଧ ଦିବ୍ୟାଙ୍ଗମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ ଓ ସାମାଜିକ ସୁରକ୍ଷା ତଥା ଜୀବନଜୀବିକା ଯୋଗାଇ ଦେବ। ପାଇଁ ପ୍ରଫୁଲ୍ ଯୋଜନା ମାଧ୍ୟମରେ ଲକ୍ଷ୍ୟ ରଖାଯାଇଛି । ଏ ସମ୍ପର୍କରେ ପୁରୀରୁ ସିଦ୍ଧାର୍ଥ ରାୟଙ୍କ ସ୍ୱତନ୍ତ୍ର ଉପସ୍ଥାନା ।

ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସହିତ ସାକ୍ଷାତକାର-
ପ୍ରଶ୍ନ- ଫନୀ ପରେ ପୁରୀରେ ଅନେକ ପ୍ରକାର ସମସ୍ୟା ରହିଛି, ତେବେ କେବଳ ଦିବ୍ୟାଙ୍ଗମାନଙ୍କ ପାଇଁ ଏଭଳି ଏକ ସ୍ୱତନ୍ତ୍ର ଯୋଜନା କାହିଁକି ଆରମ୍ଭ କରାଗଲା?
ଉ- ମୁଁ ପୂର୍ବରୁ କେଉଁ ସବୁ ଜିଲ୍ଲାରେ କାର୍ଯ୍ୟ କରିଛି, ସବୁଠି ଦିବ୍ୟାଙ୍ଗମାନଙ୍କୁ ହିଁ ପ୍ରାଥମିକତା ଦେଇ ଆସିଛି । କାରଣ ବ୍ୟକ୍ତିଗତ ଜୀବନରେ ମୁଁ ସେମାନଙ୍କୁ ମୋ ପାଖର ମିଣିଷ ବୋଲି ମନେକରେ । ବିଶେଷ ଭାବରେ ସମାଜରେ ଦିବ୍ୟାଙ୍ଗମାନଙ୍କୁ ଦୂର୍ବଳ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି । ତେଣୁ ଫନୀ ପରେ କ୍ଷତିଗ୍ରସ୍ତ ହୋଇଥିବା ଦିବ୍ୟାଙ୍ଗମାନଙ୍କର ସାମଗ୍ରିକ ବିକାଶ କରି ସେମାନଙ୍କୁ ପୁନଃ ଥଇଥାନ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଫୁଲ୍ ଯୋଜନା ଆରମ୍ଭ କରାଯାଇଛି ।

ପ୍ରଶ୍ନ- ପ୍ରଫୁଲ୍ ଯୋଜନାର ଏପରି ନାମକରଣର କଣ ଯଥାର୍ଥତା ରହିଛି?

ଉ- ଅନେକ ଚିନ୍ତନ ମନନ ରେ ଏଭଳି ନାମକରଣ କରାଯାଇଛି । ଯାହାର ଭାବାର୍ଥ ହୋଇଛି ଖୁସୀ ହେବା ବା ପ୍ରଫୂଲ୍ଲିତ ହେବା । କିନ୍ତୁ ଏହାର ସ୍ରଂସାରଣ ଜନିତ ଅର୍ଥ ହେଉଛି PWD’S Rehabilitation After Fani and Unfolding Lives(PRAFUL)।

ପ୍ରଶ୍ନ- ଏହି ଯୋଜନାର ରୂରେଖ ଓ ଲକ୍ଷ୍ୟ କଣ?
ଉ- ପ୍ରଫୁଲ୍ଲ ଯୋଜନାକୁ ଚାରୋଟି କମ୍ପୋନେଣ୍ଟ୍ରେ ବିଭକ୍ତ କର।।ଇଛି । ସାମାଜିକ ସୁରକ୍ଷା, ସହୋଗୀ ଉପକରଣ, କୁତ୍ରିମ ଅଙ୍ଗ ଯୋଗାଣ ବାସଗୃହ ଓ ଶୌଚାଳୟ ବ୍ୟବସ୍ଥା, ଶିକ୍ଷା ଓ କୌଶଳ ବିକାଶ ଏବଂ ଜୀବନଜୀବିକା । ପୁରୀ ଜିଲ୍ଲାରେ କ୍ଷତିଗ୍ରସ୍ତ ହୋଇଥିବା ଦିବ୍ୟାଙ୍ଗମାନଙ୍କୁ ପ୍ରତ୍ୟେକଟି କ୍ଷେତ୍ରରେ ସମର୍ଥ କରି ସେମାନଙ୍କର ସାମଗ୍ରିକ ବିକାଶ କରିବା ଏହି ଯୋଜନାର ଲକ୍ଷ୍ୟ ।

ପ୍ରଶ୍ନ- ଏଭଳି ଏକ ବୃହତ ଯୋଜନାକୁ ସୁରୁଖୁରୁରେ ପରିଚାଳିତ କରିବା ପାଇଁ କିଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ କେତେ ଦିନ ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି?
ଉ- ଏହି ଯୋଜନାକୁ ଲକ୍ଷ୍ୟ ସ୍ଥଳରେ ପଂହଚିବା ପାଇଁ ଏକ ବର୍ଷ ସମୟ ସୀମା ଧାର୍ଯ୍ୟ କରାଯାଇଛି । ରାଜ୍ୟ ସରକାରଙ୍କର ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହୋଗରେ ଏହା ପରିଚାଳିତ ହେଉଛି । ଏହି ଯୋଜନାକୁ ସୁଚାରୁ ରୂପେ ରିଚାଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ପୋଗ୍ରାମ ମ୍ୟାନେଜମେଣ୍ଟ ୟୁନିଟ୍ ଗଠନ କରାଯାଇଛି । ଚାରିଜଣ ଦକ୍ଷ ପରାମର୍ଶଦାତା ଏହି ଯୋଜନାର ଅଗ୍ରଗତି ଓ ଗତିବିଧି ଉରେ ସ୍ୱତନ୍ତ୍ର ଭାବରେ କାର୍ଯ୍ୟକରୁଛନ୍ତି ।

ପ୍ରଶ୍ନ- ଏହି ଯୋଜନାର ସଫଳତାକୁ ନେଇ ଆପଣ କେତେଦୂର ଆଶାବାଦୀ ଏବଂ ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଆପଣ କଣ ସନ୍ଦେଶ ଦେବାକୁ ଚାହିଁବେ?
ଉ- ଏହି ଯୋଜନାର ସଫଳତାକୁ ନେଇ ମୁଁ ସଂପୂର୍ଣ୍ଣ ଆଶାବାଦୀ । ଏପରିକି ଅଳ୍ପ କିଛି ଦିନ ମଧ୍ୟରେ ଆମେ ପ୍ରତ୍ୟେକଟି କ୍ଷେତ୍ରରେ ଅନେକ ଅଗ୍ରଗତି ମଧ୍ୟ କରିଛୁ । ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ମୁଁ ଏହି ସନ୍ଦେଶ ଦେବାକୁ ଚାହିଁବି ଜିଲ୍ଲାର ପ୍ରତ୍ୟେକ ସରକାରୀ ଅଫିସର ଦିବ୍ୟାଙ୍ଗମାନଙ୍କ ପାଇଁ ସମ୍ବେଦନଶୀଳ ହେବା ସହିତ ଅଗ୍ରାଧିକାର ଭିତିରେ ସେମାନଙ୍କର ସମସ୍ୟାର ଆଶୁ ସମାଧାନ ପାଇଁ କାର୍ଯ୍ୟ କରନ୍ତୁ ଏବଂ ପ୍ରତ୍ୟେକ ଭିନ୍ନକ୍ଷମ ଭାଇଭଉଣୀ ମଧ୍ୟ କେବଳ ସହାୟତାର ଆଶା ନରଖି ନିଜେ ସ୍ୱାବଲମ୍ବୀ ହେବା ପାଇଁ ପ୍ରୟାସ କରନ୍ତୁ ।

Get real time updates directly on you device, subscribe now.