fbpx

ଆଜିଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ

ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ଆଜିଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ହୋଇଯାଇଛି । ଏହି ପିଏଲଜିଏ ସପ୍ତାହ ଆସନ୍ତା ୮ ତାରିଖ ଯାଏଁ ଚାଲିବ । ଏନେଇ ମାଓପ୍ରବଣ ଅଞ୍ଚଳମାନଙ୍କରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମାଲକାନଗିରି ଓ କୋରାପୁଟ ସମେତ ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଯାଇଛି । ବିଭିନ୍ନ ରୁଟର ସମସ୍ତ ସରକାରୀ ବସ୍ ଚଳାଚଳ ବନ୍ଦ ରଖାଯାଇଛି ।

ତେବେ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଇଁ ଛତିଶଗଡ ଓ ଆନ୍ଧ୍ର ସୀମା ସିଲ୍ କରାଯାଇଛି । ବିଏସଏଫ, ସିଆରପିଏଫ୍ ଓ ଏସଓଜି ବାହିନୀ ପକ୍ଷରୁ ମାଲକାନଗିରି, କୋରାପୁଟ, ରାୟଗଡ ଓ କନ୍ଧମାଳରେ କମ୍ବିଂ ଅପରେସନ କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ଗୁଇନ୍ଦା ବିଭାଗକୁ ମଧ୍ୟ ସକ୍ରିୟ କରାଯାଇଛି ।

Get real time updates directly on you device, subscribe now.