fbpx

ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ ASI ନିଲମ୍ବିତ, ୩ ଗିରଫ

ରାଇରଙ୍ଗପୁର,୧ ।୧୨(ଓଡିଶା ଭାସ୍କର): ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟରେ ଅବହେଳା ଯୋଗୁଁ ଝାରପୋଖରିଆ ASIଙ୍କୁ ନିଲମ୍ବିତ କରାଯାଇଛି । ମାମଲାର ତଦନ୍ତ ଅଧିକାରୀ ଥିଲେ ଝାରପୋଖରିଆ ASI ପ୍ରଶାନ୍ତ ସ୍ୱାଇଁ । ଏହି ଘଟଣାରେ ଆଜି ୩ ଗିରଫ ହୋଇଛନ୍ତି । ଘଟଣାର ମୁଖ୍ୟ ଅଭିଯୁକ୍ତ ସୌମ୍ୟରଞ୍ଜନ ସାହୁକୁ ଗିରଫ କରିଛି ପୋଲିସ । ସୌମ୍ୟରଞ୍ଜନଙ୍କ ସହ ତାଙ୍କ ୨ ସହଯୋଗୀ ଦେବବ୍ରତ ମଣ୍ଡଳ ଓ ସୁଜିତ ମଣ୍ଡଳଙ୍କୁ ଗିରଫ ପୋଲିସ ଗିରଫ କରିଛି । ଏବେ ବି ଆଉ ୩ ଜଣଙ୍କୁ ଗିରଫ ପାଇଁ ତନାଘନା କରୁଛି ପୋଲିସ ।

ତେବେ ଗତକାଲି କଲେଜ ହଷ୍ଟେଲରୁ ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଅଧ୍ୟାପିକାଙ୍କ ରୁକ୍ମୁଣୀ ମଣ୍ଡଳ ଅକ୍ଟୋବର ୩୦ ତାରିଖରେ କେନ୍ଦୁଝରର ଜଣେ ଯୁବକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ପୋଲିସ କାର୍ଯ୍ୟାନୁଷ୍ଠାନ ବିଳମ୍ବ କରିବାରୁ ଅଧ୍ୟାପିକା ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତିି ପରିବାର ଲୋକେ । ଏହା ସହ ମୃତଦେହ ପାଖରେ ଜବତ ସୁଇସାଇଡ୍ ନୋଟିସ ପୋଲିସ ଦେଉନଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.