fbpx

କଂଗ୍ରେସ ପ୍ରାର୍ଥୀଙ୍କ ଅଭିନବ ଅପିଲ୍; ଭିକାରି ଭାବି ଦୟାକରି ଭୋଟ୍ ଦେଇ ଦିଅନ୍ତୁ, ନଚେତ୍…

ଡେରାଡୁନ: ପାହାଡି ରାଜ୍ୟ ଉତ୍ତରାଖଣ୍ଡରେ ଭୀଷଣ ଥଣ୍ଡା ମଧ୍ୟରେ ମାହୋଲକୁ ଗରମ କରିଛି ବିଧାନସଭା ନିର୍ବାଚନ। କ୍ଷମତାସୀନ ପାର୍ଟି ବିଜେପି ଏବଂ କଂଗ୍ରେସ ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିଛି । ଅନ୍ୟପଟେ ଉତ୍ତରାଖଣ୍ଡର କ୍ରାନ୍ତି ଦଳକୁ ପଛରେ ପକାଇ ଆମ ଆଦମୀ ପାର୍ଟି ଏଠାରେ ତୃତୀୟ ପାର୍ଟି ଭାବେ ସାମ୍ନାକୁ ଆସିଛି । ସଂପ୍ରତି ପ୍ରାର୍ଥୀ ଘର ଘର ବୁଲି ଭୋଟ୍ ମାଗୁଛନ୍ତି । ଏହି ସମୟରେ ଟିହରି ଜିଲ୍ଲାର ଘନସାଲିରୁ କଂଗ୍ରେସ ପ୍ରାର୍ଥୀ ଧନୀ ଲାଲ ଶାହାଙ୍କ ଏକ ଭିଡିଓ ଭାଇରାଲ୍ ହୋଇଛି। ଏଥିରେ ସେ ଜନତାଙ୍କୁ ଭିକାରି ଭାବି ଭୋଟ୍ ଦେବାକୁ ନେହୁରା କରୁଥିବା ଦେଖିବାକୁ ମିଳିଛି।

ବର୍ତ୍ତମାନ ଉତ୍ତରାଖଣ୍ଡରେ ନିର୍ବାଚନ ମାହୋଲ ମଧ୍ୟରେ ନେତା ଘର ଘର ବୁଲି ପ୍ରଚାର ଜୋରଦାର କରୁଛନ୍ତି। ମତଦାନ ପାଇଁ ବହୁତ କମ ସମୟ ରହିଛି। ତେଣୁ ପ୍ରାର୍ଥୀ ମାନେ ପ୍ରଚାର ସମୟରେ ଭିନ୍ନ ଭିନ୍ନ ପନ୍ଥା ଆପଣଉଛନ୍ତି। ତେବେ ଶୁକ୍ରବାର ଟିହରି ଜିଲ୍ଲାର ଘନସାଲିରୁ କଂଗ୍ରେସ ପ୍ରାର୍ଥୀ ଧନୀ ଲାଲ ଶାହାଙ୍କ ଏଜ ଅଜବ ବୟାନ ସାମ୍ନାକୁ ଆସିଛି। ଶାହା କଥାବାର୍ତ୍ତା ସମୟରେ ଜନତାଙ୍କୁ ଭୋଟ୍ ଦେବାକୁ ନିବେଦନ କରିବା ସହିତ ଏହା ମଧ୍ୟ କହୁଛନ୍ତି ଯେ, ଅନେକ ବର୍ଷ ଧରି ଭୋଟ୍ ମାଗି ଆସୁଛି, ଏଥର ଦୟାକରି ନିରାଶ କରନ୍ତୁ ନାହିଁ । ସେ ଏହା ମଧ୍ୟ କହିଛନ୍ତି, ଆମେ ଭିକାରୀ ଅଟୁ ଆଉ ଜନତାଙ୍କୁ ନିତି ହଇରାଣ କରୁଛୁ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ଭିକାରି ଭାବି ମୋତେ ଭିକ ଦିଅନ୍ତୁ, ନଚେତ୍ ଜୁଇର ଶେଷ କାଠ ଭାବି ଦେଇ ଦିଅନ୍ତୁ।

Get real time updates directly on you device, subscribe now.