fbpx
BSKY SKY
BSKY SKY

ଶସ୍ତା ଲୋକପ୍ରିୟତା ପାଇଁ ଅଡୁଆରେ ପପୁ ପମପମ୍: ମିଷ୍ଟର କହ୍ନେୟାର ଗୀତକୁ ନେଇ ଧୋଇଲେ ବଜରଙ୍ଗ ଦଳର କର୍ମୀ [VIDEO]

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ଅଡ଼ୁଆରେ ଓଡ଼ିଆ ସିନେ ତାରକା ପପୁ ପମପମ୍ । ତତ୍ୱ ପ୍ରକାଶ ଶତପଥୀ ଓରଫ୍ ପପୁ ପମପମଙ୍କ ନୂଆ ସିନେମା ମିଷ୍ଟର କହ୍ନେୟାର ଟାଇଟଲ ଏବଂ ଗୋଟିଏ ଗୀତକୁ ନେଇ ଦେଖା ଦେଇଛି ବିବାଦ । ଶକୁନ୍ତଳା ନାମକ ଗୀତର ଚିତ୍ରଣକୁ ବିରୋଧ କରାଯାଇଛି । ପ୍ରେକ୍ଷାଳୟ ବାହାରେ ବଜରଙ୍ଗ ଦଳର କର୍ମୀ ମାନେ ଏହାକୁ ବିରୋଧ ପ୍ରଦର୍ଶନ କରିଥିଲେ । ଏପରିକି ପପୁ ନିଜେ ବଜରଙ୍ଗ ଦଳର କର୍ମୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ।

ଏହି ଫିଲ୍ମର ଟାଇଟଲକୁ ନେଇ ମଧ୍ୟ ଲୋକ ଆପତ୍ତି ଯତାଇଥିଲେ । ପପୁ ଯୁକ୍ତି କରିଥିଲେ ଏହି ଫିଲ୍ମ ଦୁଇ ବର୍ଷ ପୂର୍ବରୁ ତିଆରି ହୋଇଥିବା ବେଳେ ବର୍ତ୍ତମାନ ଏହାକୁ ବିରୋଧ କରିବାର କୌଣସି ମୂଲ୍ୟ ନାହିଁ ବୋଲି ପପୁ କହିଥିଲେ । ତେବେ ଏହି ଗୀତଟି ଦ୍ୱିଅର୍ଥ ବୋଧକ ହୋଇଥିବାରୁ ଏହାକୁ ବାଦ ଦେବାକୁ ଦାବି କରାଯାଇଛି ।

Get real time updates directly on you device, subscribe now.