fbpx

DRDO ପାଇଁ ଆସିଛି ନୂଆ ସୁଯୋଗ: ଇଚ୍ଛୁକ ପ୍ରାର୍ଥି ଏତିକି ଦିନ ମଧ୍ୟରେ କରିପାରିବେ ଆବେଦନ

ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ( DRDO) ରେ ଆସିଛି ନୂଆ ପଦବୀ । ଦୁଇଟି ପଦବୀ ପାଇଁ ବିଜ୍ଞାପନ ଜାରି କରିଛି ଊଜଊଙ ସଂସ୍ଥା । ଇଚ୍ଛୁକ ପ୍ରାର୍ଥି ଅଫଲାଇନ ମାଧ୍ୟମରେ ଏହି ପଦବୀ ପାଇଁ ଆବେଦନ କରି ପାରିବେ । ତେବେ ଆସନ୍ତା ୨୦ ଫେବୃୟାରୀ ଆବେଦନ କରିବାର ଶେଷ ତାରିଖ ରହିଛି ।

ଡିଫେନ୍ସ ବାୟୋଇଞ୍ଜିନିୟରିଙ୍ଗ ଆଣ୍ଡ ଇଲେକ୍ଟ୍ରୋମେଡିକାଲ ଲାବୋରେଟୋରୀ (DEBEL) ଏବଂ ଜୁନିୟର ରିସର୍ଚ୍ଚ ଫେଲୋ(JRF) ପଦବୀ ପାଇଁ ବିଜ୍ଞାପନ ଦେଇଛି DRDO ସଂସ୍ଥା । ଦୁଇଟି ପୋଷ୍ଟରେ ମୋଟ ୧୧ଟି ପଦବୀ ଫାଙ୍କା ରହିଥିବା ବେଳେ ଏଥିପାଇଁ ଆବେଦନର ଶେଷ ତାରିଖ ୨୦ ଫେବୃୟାରୀ ସ୍ଥିର କରାଯାଇଛି ।

ଯୋଗ୍ୟତା:

ବି.ଇ, ବି-ଟେକ, ଏମ.ଇ, କିମ୍ବା ଏମ.ଟେକ୍ ରେ ସ୍ନାତକ ହୋଇଥିବା ପ୍ରାର୍ଥି JRF ପାଇଁ ଆବେଦନ କରି ପାରିବେ । ସେହିପରି ରିସର୍ଚ୍ଚ ଫେଲୋ ପାଇଁ ବୟସ ସୀମା ୨୮ ବର୍ଷ ରଖାଯାଇଛି । ତେବେ ସ୍କ୍ରିନିଙ୍ଗ ପରେ ଇଣ୍ଟରଭ୍ୟୁ ଦ୍ୱାରା ପଯୋଗ୍ୟ ପ୍ରାର୍ଥି ଚୟନ କରାଯିବ ।

ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥି drdo.gov.in ୱେସାଇଟରେ ଆବେଦନ ପତ୍ର ଡାଉନଲୋଡ କରିପାରିବେ । ଫର୍ମ ପୂରଣ ପରେ ଅନ୍ୟାନ୍ୟ ଦସ୍ତାବିଜ ସହିତ ପିଡିଏଫ ଫର୍ମାଟରେ [email protected]କୁ ମେଲ କରିପାରିବେ ।

Get real time updates directly on you device, subscribe now.