fbpx
BJD
BJD SKY
BJD SKY

KBC ଯିବାକୁ ଡରୁଥିଲେ ସ୍ୱର ସାମ୍ରାଜ୍ଞୀ: ଜାଣନ୍ତୁ କଣ ରହିଥିଲା ଏହା ପଛର କାରଣ[Video]

BJD

ଆଜି ନୀରବ ହୋଇଗଲେ ସ୍ୱର ସରସ୍ୱତୀ । ଶୋକରେ ବୁଡି ଯାଇଛି ପୁରା ଦେଶ । ସୁରର କୋଇଲି ଲତା ମଙ୍ଗେସକରଙ୍କ ଦେହାନ୍ତ ସାରା ଦେଶକୁ ଆଜି ଚକିତ କରଦେଇଛି । ତାଙ୍କ ପରଲୋକକୁ କେହି ସହଜରେ ବିଶ୍ୱାସ କରିପାରୁ ନାହାନ୍ତି । ଭାରତର ସଂଗୀତ ଜଗତରେ ତାଙ୍କ ସ୍ଥାନ ସବୁବେଳେ ଅପୁରଣୀୟ ହୋଇରହିବ । ବିଗବି ଅମିତାଭ ଯେତେବେଳେ ତାଙ୍କର ଏହି ସୋ ମାଧ୍ୟମରେ ଦିଦିଙ୍କୁ ଫୋନ କରିଥିଲେ । ସେ ଅତି ସୁନ୍ଦର ଭାବେ ଏହାର ଜବାବ ରଖିଥିଲେ । ତାଙ୍କର ଏଭଳି ଜବାବକୁ ଶୁଣିଲେ ସମସ୍ତଙ୍କର ହୃଦୟ ତରଳିଯିବ । ଜଣେ ସ୍ୱରସମ୍ରାଜ୍ଞୀ ହୋଇ ମଧ୍ୟ ମନରେ ଥିଲା ତାଙ୍କର ଏଭଳି ଭାବନା । ଗୋଟିଏସାଧାରଣ ବ୍ୟକ୍ତ ପରି ସିଏ ମଧ୍ୟ କୌନ ବନେଗାକରୋଡ ପତି ସୋକୁ ଯିବା ପାଇଁ ଭୟ କରୁଥିବା କହିଥିଲେ ।

ସୋ ର ନିୟମ ଅନୁସାରେ ଜଣେ ପ୍ରତିଯୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଲତାଙ୍କୁ ଅମିତାଭ ଫୋନ କରିଥିଲେ । ଅମିତାଭ ପଚାରିଥିଲେ ଆପଣ କେମିତି ଅଛନ୍ତି । ଲତା ଉତ୍ତରରେ ଅମିତାଭଙ୍କୁ କହିଥିଲେମୁଁ ତ ବହୁତ ଭଲ ଅଛିକିନ୍ତି ଆପଣ ତ କେବେବି ଦେଖା କରୁନାହାନ୍ତି । କେବେବି ଥରେ ଡାକୁ ନାହନ୍ତି । ଅମିତାଭ ଏହା ଶୁଣି ଖୁବ ଖୁସିରେ ହସି ଦେଇଥିଲେ । ଅତି ବିନମ୍ରତାର ସହ ଏହାର ଜବାବ ଦେଇ କହିଥିଲେ ଆପଣଙ୍କୁ ଆମ ସୋ ରେ ଡାକୁବାକୁ ଇଛା ଥିଲେବି ଡାକିବାକୁ ଭୟ ଲାଗୁଛି । ଆଉ ଲତା ଦିଦି କହିଥିଲେ, ସେ ନିଜେ ଭୟ କରୁଛନ୍ତି ବିଗ ବିଙ୍କ ସାମ୍ନାରେ ହଟସିଟରେ ବସିବାକୁ । ଦିଦିଙ୍କର ଏଭଳି ସରଳତାଭରା ଜବାବ ସେହି ସମୟରେ ସଂପୂର୍ଣ ଦେଶବାସୀଙ୍କର ହୃଦୟକୁ ଜିତି ପାରିଥିଲା ।

Get real time updates directly on you device, subscribe now.