fbpx

ରୋଷେଇ ଘରେ ରଖନ୍ତୁନି ଏହି ସବୁ ଜିନିଷ, ହୋଇପାରେ ସ୍ୱାସ୍ଥ୍ୟ ସମସ୍ୟା

ରୋଷେଇ ଘର, ଘରର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥାଏ । ଏହା ମଧ୍ୟ କୁହାଯାଏ ଯେ ଯେମିତି ଖାଦ୍ୟ ଖାଇଥାନ୍ତି ସେହିଭଳି ଚିନ୍ତାଧାରା ହୋଇଥାଏ । ଏହି କାରଣରୁ ପୌରାଣିକ କଥା ଏବଂ ଶାସ୍ତ୍ର ଅନୁଯାୟୀ ରୋଷେଇକୁ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । ତେବେ ଯଦି ପରିବାରରେ କେହି ଲଗାତାର ଅସୁସ୍ଥ ରହୁଛନ୍ତି ଏଥିପାଇଁ ବେଳେବେଳେ ବାସ୍ତୁଦୋଷ ମଧ୍ୟ ହୋଇଥାଇପାରେ । ଅନେକ ଥର ଏହି ଦୋଷ ଘରର ରୋଷେଇ ଘର ଯୋଗୁଁ ମଧ୍ୟ ହୋଇପାରେ । ଘରର ରୋଷେଇ ଘରେ ରଖିଥିବା କିଛି ବସ୍ତୁ କେବଳ ଅସୁସ୍ଥ କରିନଥାଏ ବରଂ ଘରେ ବାସ୍ତୁ ଦୋଷ ମଧ୍ୟ ଉତ୍ପନ୍ନ କରାଇଥାଏ ଫଳରେ ଘରେ ରହୁଥିବା ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ବିଶ୍ୱାସ କରାଯାଏ ଯେ ରୋଷେଇ ଘରେ ଅନ୍ନପୂର୍ଣ୍ଣା ବାସ କରନ୍ତି ତେଣୁ ରୋଷେଇ ଘରକୁ ସବୁବେଳେ ସଫାସୁତୁରା ରଖିବା ଆବଶ୍ୟକ । କିନ୍ତୁ ଏହାକୁ ଅପରିଷ୍କାର ରଖିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ବଢ଼ିଥାଏ । ଯାହାର କୁପ୍ରଭାବ ଘରେ ପଡ଼ିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ ଏଭଳି ବସ୍ତୁ ରଖିବା କଥା ନୁହେଁ ଯାହାଦ୍ୱାରା ଘରେ ଅସୁବିଧା ବଢ଼ିପାରେ । ତେଣୁ ଆପଣଙ୍କ ଘରେ ଏଭଳି କିଛି ବସ୍ତୁ ରହିଛି ତେବେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ ।

  • ରୋଷେଇ ଘରେ ଔଷଧ ରଖନ୍ତୁ ନାହିଁ । ଏହା ଯୋଗୁଁ କୁପ୍ରଭାବ ପଡ଼ିଥାଏ ଏହାଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହା ସହ ଆପଣଙ୍କ ଖର୍ଚ୍ଚ ବଢ଼ିବାର ସମ୍ଭାବନା ଅଧିକ ରହିଥାଏ ।
  • ରୋଷେଇ ଘରେ କେବେବି ଦର୍ପଣର ବ୍ୟବହାର କରନ୍ତୁ ନାହିଁ ଏମିତି କରିବା ଦ୍ୱାରା କେହି ନା କେହି ସବୁବେଳେ ଅସୁସ୍ଥ ରହିଥାଏ ।
  • ଭଙ୍ଗା କିମ୍ବା ଚେପା ହୋଇଯାଇଥିବା ବାସନକୁ କେବେବି ରୋଷେଇ ଘରେ ବ୍ୟବହାର କରିବା ଦରକାର ନୁହେଁ ଏହାଯୋଗୁଁ ଘରର ଆର୍ଥିକ ସ୍ଥିତି ଖରାପ ହୋଇପାରେ ଏହା ସହ ପରିବାରରେ ମତଭେଦ ମଧ୍ୟ ହୋଇପାରେ ।
  • ରୋଷେଇ ଘରେ ବର୍ଜ୍ୟବସ୍ତୁ ରଖନ୍ତୁ ନାହିଁ ।
  • ରୋଷେଇ ଘରେ ଠାକୁରଙ୍କୁ ରଖନ୍ତୁ ନାହିଁ, କାରଣ ରୋଷେଇ ଘରେ ଅନେକ ପ୍ରକାର ଖାଦ୍ୟ ରୋଷେଇ ହୋଇଥାଏ । ଯେଉଁଥିରେ ପିଆଜ, ରସୁଣ ଏବଂ ଆମିଷ ମଧ୍ୟ ରହିଛି ।

Get real time updates directly on you device, subscribe now.