fbpx
BSKY SKY
BSKY SKY

ବଂଶୀର ଚିତ୍ରକଳାରେ ସ୍ୱର ସମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳି: ଦେଖନ୍ତୁ ଲତା ମଙ୍ଗେସକରଙ୍କ ଜୀବନଯାତ୍ରା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧରାପୃଷ୍ଠରୁ ବିଦାୟ ନେଇଛନ୍ତି କୋକିଳକଣ୍ଠି ତଥା ଭାରତ ରତ୍ନ ଲତା ମଙ୍ଗେସକର । ଲତା ଦିଦିଙ୍କ ବିୟୋଗରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଥିବା ବେଳେ ଶିବାଜୀ ପାର୍କରେ ପଞ୍ଚଭୂତରେୁ ବିଲୀନ ହୋଇଛନ୍ତି ଲତା ମଙ୍ଗେସକର । ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦୀ, ସଚିନ ତେନ୍ଦୁଲକର ଏବଂ ଶାହରୁଖ ଖାନ ପ୍ରମୁଖ ଅନ୍ତିମ ଦର୍ଶନ କରିଥିଲେ । ଏହି ଅବସରରେ ରଙ୍ଗତୂଳୀରେ ଲତା ଦିଦିଙ୍କୁ ଚିତ୍ରକଳାରେ ସମ୍ମାନ ଜଣାଇଛନ୍ତି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ।

ପ୍ରିୟଙ୍କା ଏକ ବଂଶୀ ସାହାଯ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବଂଶୀରେ ଲତାଙ୍କ ବାଲ୍ୟ କାଳର ଏକ ଫଟୋ ଏବଂ ଅନ୍ତିମ ସମୟର ଏକ ଫଟୋ ରହିଛି । ଉଲ୍ଲେଖଯୋଗ୍ୟ ଯେ, ୩୬ଟି ଭାଷାରେ ୫୦ ହଜାରରୁ ଅଧିକ ଗୀତ ଗାଇଛନ୍ତି ଲତା । ଲଗ ଜା ଗଲେ ଏବଂ ମେରେ ୱତନ କେ ଲୋଗୋଁ ପରି ଗୀତରେ ବଂଶୀର ବ୍ୟବହାର ପାଇଁ ଏହି କଳାକୃତି ନିର୍ମାଣ କରିଥିଲେ ପ୍ରିୟଙ୍କା । ଏହି ଚିତ୍ରକଳା ନିର୍ମାଣ ପାଇଁ ପ୍ରିୟଙ୍କାଙ୍କୁ ୨.୫ ଘଣ୍ଟାର ସମୟ ଲାଗିଥିଲା ।

Get real time updates directly on you device, subscribe now.