fbpx
BJD
BJD SKY
BJD SKY

ସଙ୍ଗୀତ ଜଗତକୁ ହଜାର ହଜାର ଗୀତ ଭେଟି ଦେଇଥିଲେ ଲତା: କିନ୍ତୁ କେବେ ଶୁଣନ୍ତିନି ନିଜର ଗୀତ

BJD

ମୁମ୍ବାଇ: ଭାରତର ସ୍ୱର କୋକିଳ କୁହାଯାଇଥିବା ଲତା ମଙ୍ଗେସକର ଶେଷ ହୋଇଛି ଅନ୍ତିମ ସଂସ୍କାର ଶେଷ ହୋଇଛି । ତେବେ ଦିଦିଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମନାକୁ ଆସୁଛି । ୮ ଦଶନ୍ଧି ଧରି ସିନେମା ଜଗତକୁ ହଜାର ହଜାର ହିଟ ଗୀତ ଭେଟି ଦେଇଛନ୍ତି ଲତା । ଯାହାକୁ ଏବେ ବି ଗୁଣୁଗୁଣାନ୍ତି ଅନେକ ଲୋକ । କିନ୍ତୁ ସେ ନିଜ ହିଟ ଗୀତଗୁଡିକୁ କେବେ ବି ଶୁଣନ୍ତି ନାହିଁ । ଏ କଥା ଆଉ କେହି ନୁହେଁ ବରଂ ନିଜେ ଲତା ଦିଦି ପ୍ରକଟ କରିଛନ୍ତି ।

Marriage, Rivalry, Politics: Lata Mangeshkar Covers It All In Her Last  Detailed Interview

ଗୋଟିଏ ଇଣ୍ଟରଭ୍ୟୁରେ ତାଙ୍କୁ ଏ ନେଇ ପ୍ରଶ୍ନ କରାଯାଇଥିଲା । କିନ୍ତୁ ତାଙ୍କ ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ସେ କହିଥିଲେ ଯେ, ମୁଁ କେବେ ବି ମୋ ଗୀତ ଶୂୁଣେ ନାହିଁ । କାରଣ ଯଦି ମୁଁ ମୋ ଗୀତ ଶୁଣିବି, ତେବେ ସେଥିରେ ତିବା ଅନେକ ଭୂଲକୁ ମୁଁ ଖୋଜି ବାହାର କରିବି । ମୋ ଗାୟିକିରେ ଶହ ଶହ ଭୂଲ ମୁୁଁ ଖୋଜି ବୁଲିବି । ଏଥି ସହିତ ସେ ଏକ ଅଭିଜ୍ଞା ମଧ୍ୟ ଶେୟର କରିଥିଲେ । ଥରେ ଗୋଟିଏ ଗୀତର ରେକର୍ଡିଙ୍ଗ ସରିବା ପରେ ଯେତେବେଳେ ସେ ଗୀତଟିକୁ ଶୁଣିଥିଲେ । ଏହାପରେ ନିଜ କ୍ରିଏଟିଭ ମାଇଣ୍ଡରୁ ସେ ଅନୁଭବ କରିଥିଲେ ଯେ ଏହା ଆହୁରି ସୁନ୍ଦର ହୋଇ ପାରିଥାନ୍ତା । ଗୀତଟିକୁ ଆହୁରି ଭଲରେ ପରିବେଷଣ କରି ପାରିଥାନ୍ତେ ବୋଲି ଅନୁଭବ କରିଥିଲେ ଲତା ମଙ୍ଗେସକର ।

Memories of Longing and Lata Mangeshkar

ଦୀର୍ଘ ୮ ଦଶନ୍ଧିର ଯାତ୍ରା ଭିତରେ ସେ ବିଭିନ୍ନ ଭାଷାରେ ୨୫,୦୦୦ରୁ ଅଧିକ ଗୀତ ସଙ୍ଗୀତ ଜଗତକୁ ଭେଟି ଦେଇଛନ୍ତି । ସେଥି ମଧ୍ୟରୁ ଅଧିକାଂଶ ଗୀତ ଥିଲା ସୁପରହିଟ । ଯାହା ଲୋକଙ୍କ ମନରେ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ପାରିଛି । କିନ୍ତୁ ମଲ୍ଟି ଅର୍ଗାନ ଫେଲ ହେବାରୁ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.