fbpx

ପେଟିଏମ୍‌ରେ ଗ୍ୟାସ ବୁକ୍‌ କଲେ ମିଳିବ କ୍ୟାସ ବ୍ୟାକ୍‌, ରହିଛି ୨ଟି ଅପ୍ସନ୍

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ମାତ୍ରାଧିକ ବୃଦ୍ଧି ପାଇଛି । ଏପରି ପରିସ୍ଥିତିରେ ଡିଜିଟାଲ୍‌ ପେମେଣ୍ଟ ଆପ୍‌ ପେଟିଏମ୍‌ର ଗ୍ରାହକଙ୍କ ପାଇଁ ଏକ ଉତ୍ତମ ଅଫର୍‌ ଲଞ୍ଚ କରିଛି । ଏହି ଅଫର ଅନୁଯାୟୀ, ଯଦି ଜଣେ ଉପଭୋକ୍ତା ପେଟିଏମ୍‌ ମାଧ୍ୟମରେ ସିଲିଣ୍ଡର ବୁକିଂ କରୁଛନ୍ତି, ତେବେ ସେ ୩୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ପାଇପାରିବେ । ଏଥିପାଇଁ ଗ୍ରାହକଙ୍କୁ ‘ପ୍ରଥମ ସିଲିଣ୍ଡର’ର ବିକଳ୍ପ ବାଛିବାକୁ ପଡିବ । ଏହି ଅଫର କେବଳ ଇଣ୍ଡିଆନ, ଏଚପି ଗ୍ୟାସ ଏବଂ ଭାରତ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ପ୍ରଯୁଜ୍ୟ । ଏହା ସହିତ ଗ୍ରାହକମାନେ ‘ପେଟିଏମ୍‌ ନାଓ’ ଏବଂ ‘ପେ ଲେଟର’ ଅପ୍ସନ୍‌ ବ୍ୟବହାର କରି ସିଲିଣ୍ଡର ବୁକିଂର ବିକଳ୍ପ ମଧ୍ୟ ବ୍ୟବହାର କରିାରିବେ ।

Get real time updates directly on you device, subscribe now.