fbpx

ଆଜିଠୁ ଖଣ୍ଡଗିରି କୁମ୍ଭ ମେଳା: କେବଳ ପରମ୍ପରା ଅନୁଯାୟୀ ପୂଜାବିଧିକୁ ଅନୁମିିିତି, ଯାତ୍ରା ଉପରେ ରୋକ୍

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ଆଜିଠୁ ଖଣ୍ଡଗିରି ଆରମ୍ଭ ହେବ ମାଘ ସପ୍ତମୀ କୁମ୍ଭ ମେଳା।  କେବଳ ପରମ୍ପରା ଅନୁଯାୟୀ ପୂଜାବିଧିକୁ କୁମ୍ଭ ଆୟେଜନ କରାଯିବ। କୋଭିଡ୍‌ ଗାଇଡ୍‌ ଲାଇନ୍‌ ମୁତାବକ କେବଳ ପରମ୍ପରା ପାଳନ ହେବ । କରୋନା ମାହାମାରୀକୁ ଦୃଷ୍ଟିରେ ରଖି ଖଣ୍ଡଗିରି କୁମ୍ଭ ମେଳା ଉପରେ କଟକଣା ଜାରି କରଛି ବିଏମ୍‌ସି। ବିଶ୍ୱଶାନ୍ତି ଓ ଜଗତ କଲ୍ୟାଣପାଇଁ ପ୍ରତ୍ୟକ ବର୍ଷ ଏହି ମେଳା ଅନୁଷ୍ଠିତ ହେଉଥିବା ବେଳେ ଶହ ଶହ ସାଧୁ ଏକାଠି ହୁଅନ୍ତି । ଏ ବର୍ଷ କରୋନା ପାଇଁ କେବଳ ହୋମ ଯଜ୍ଞ କରାଯାଉଛି । କିନ୍ତୁ ମେଳା ଏବଂ ଯାତ୍ରା ଉପରେ ଲାଗିଛି ରୋକ୍ ।

ପ୍ରଥା ଅନୁସାରେ ଆଜି ସନ୍ଧ୍ୟାରେ ଜଗମାର ଗାଁରୁ ପ୍ରଭୁ ଅନନ୍ତ କେଶରୀ ଯାତ୍ରାରେ ବାହାରି ରାଣୀ ହଂସପୁରକୁ ଆଗମନ କରିବେ । ସେଠାରେ ପୂଜା ସରିବା ପରେ ପୁଣି ଗାଁକୁ ପେରି ଆସିବେ । ବିଶ୍ବାସ ରହିଛି ଏହି ମେଳାର ଅନନ୍ତ କେଶରୀଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ । ମାଘସପ୍ତମୀରୁ ଆରମ୍ଭ ହେଉଥିବା କୁମ୍ଭମେଳା ପୂର୍ଣ୍ଣିମା ପର୍ଯ୍ୟନ୍ତ ୯ ଦିନ ଧରି ଚାଲିବ ।

Get real time updates directly on you device, subscribe now.