fbpx

୨୯୯ ଟଙ୍କାରେ ୧୦୦ ଜିବି ହାଇସ୍ପିଡ୍ ଡାଟା ଓ କଲିଂ ସୁବିଧା: ଶସ୍ତା ବ୍ରଡବ୍ୟାଣ୍ଡ ପ୍ଲାନ୍ ଆଣିଛି BSNL

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ ପକ୍ଷରୁ ଆରମ୍ଭ କରାଯାଇଛି ଏକ ନୂଆ ପ୍ଲାନ । ମାତ୍ର ୨୯୯ ଟଙ୍କାରେ ପ୍ରଦାନ କରାଯାଉଛି ବ୍ରଡ ବ୍ୟାଣ୍ଡ ସେବା । ଏହା ସହିତ ମିଳୁଛି କଲିଂର ମଧ୍ୟ ସୁବିଧା ।  କମ୍ପାନୀ ପକ୍ଷରୁ ମାତ୍ର ୨୯୯ ଟଙ୍କାରେ ଏକ ବ୍ରଡବ୍ୟାଣ୍ଡ ପ୍ଲାନ ଲଞ୍ଚ କରାଯାଇଛି । ଡିଏଲଏସ୍ ବ୍ରଡବ୍ୟାଣ୍ଡ ନାମକ ଏହି ସେବାକୁ ବିଏସଏନଏଲ ପକ୍ଷରୁ ଲଞ୍ଚ କରାଯାଇଥିବା ବେଳେ ଏହି ପ୍ଲାନ ୨୯୯ରୁ ୧୨୯୯ ମଧ୍ୟରେ ରହିଛି । ୨୯୯ ଟଙ୍କାର ପ୍ଲାନରେ ୧୦ ଏମବିପିଏସ ସ୍ପିଡ ସହିତ ୧୦୦ ଜିବି ଡାଟାର ସୁବିଧା ମିଳୁଛି । ୧୦୦ ଜିବି ଡାଟା ଶେଷ ହେବା ପରେ ସ୍ପିଡ ୨ ଏମବିପିଏସକୁ ହ୍ରାସ ପାଇଥାଏ ।

ଏହା ସହିତ ୩୯୯ ଟଙ୍କାରେ ୨୦୦ ଜିବିର ଡାଟା ମିଳୁଥିବା ବେଳେ ଏଥିରେ ମଧ୍ୟ ଡାଟା ସ୍ପିଡ ୨ ଏମବିପିଏସକୁ ହ୍ରାସ ପାଇଥାଏ । ଅନ୍ୟ ପ୍ୟାକ ଗୁଡିକ ମଧ୍ୟରେ ୫୫୫, ୭୭୯, ୯୪୯ ଓ ୧୨୯୯ ଟଙ୍କାର ପ୍ୟାକରେ ୫୦୦, ୭୭୯, ୧୧୦୦ ଓ ୧୬୦୦ ଜିବିର ଡାଟା ମିଳିଥାଏ । ଏହି ୪ଟି ପ୍ୟାକରେ ଡାଟା ଶେଷ ହେବା ପରେ ଡାଟା ସ୍ପିଡ ୫ ଏମବିପିଏସକୁ ହ୍ରାସ ପାଇଥାଏ । ଉଲ୍ଲେଖଯୋଗ୍ୟ ଯେ, ୨୯୯ ଟଙ୍କାର ଅଫର କେବଳ ନୂତନ ଗ୍ରାହକଙ୍କ ପାଇଁ ୬ ମାସ ଯାଏଁ ଉପଲବ୍ଧ । ୬ ମାସ ଶେଷ ହେବା ପରେ ଏହି ପ୍ଲାନ୍ ସ୍ୱୟଂକ୍ରିୟ ଭାବରେ ୩୯୯କୁ ରୂପାନ୍ତରିତ ହୋଇଥାଏ ।

Get real time updates directly on you device, subscribe now.