fbpx

ଅଦିନିଆ ବର୍ଷାରେ ୧୫ ମୃତ

ତାମିଲନାଡୁ,୨ ।୧୨: ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ଏକ କାନ୍ଥ ଭୁଷୁଡି ତିନୋଟି ଘର ଭାଙ୍ଗି ଯାଇଛି। ଏହି ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡିଛି । ଆଜି ସକାଳେ ମେଟ୍ଟୁପାଲୟମର ନାଦୂର କନ୍ନପନ ଲେଆଉଟରେ ଏଭଳି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କରୁଛି ।

ତେବେ ଆସନ୍ତା ୨ ଦିନ ମଧ୍ୟ ପ୍ରବଳ ମାତ୍ରାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏନେଇ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି । ତଳିଆ ଅଞ୍ଚଳରୁ ୮୦୦ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି ।

Get real time updates directly on you device, subscribe now.